

ସତ୍ୟଶିଖା ୨୪.୦୭.୨୦୨୦ : ପୁଣି ଖୋଲିଲା ହୀରାକୁଦ ଜଳଭଣ୍ତାର ୩ ଟି ଗେଟ । ଜଳଭଣ୍ତାର ଜଳସ୍ତର ହ୍ରାସ ଓ ଉପର ମୁଣ୍ତରେ ବର୍ଷା ପରିମାଣ କମିବାରୁ ଗତ ମଙ୍ଗଳବାର ସମସ୍ତ ଗେଟ ବନ୍ଦ କରାଯାଇଥିଲା । ତେଵେ ପୁଣି ଉପର ମୁଣ୍ତରେ ବର୍ଷା ଆଶଙ୍କା ନେଇ ଗତକାଲି ସଂନ୍ଧ୍ୟାରେ ୩ ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ଜଳଭଣ୍ତାରକୁ ସେକେଣ୍ତ ପ୍ରତି ୮୫ ହଜାରରୁ ଉର୍ଦ୍ଧ୍ୱ କ୍ୟୁସେକ ଜଳ ପ୍ରଵେଶ ଓ ୩ ଟି ଗେଟ ୬୦ ହଜାରୁ ଉର୍ଦ୍ଧ୍ୱ ଜଳ ନିଷ୍କାସିତ ହେଉଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେଵେ ବର୍ତ୍ତମାନ ଜଳଭଣ୍ତାର ଜଳସ୍ତର ୬୦୫.୮୩ ଫୁଟ ରହିଛି ।