ପିଓକେରେ ଭାରତ ଷ୍ଟ୍ରାଇକ୍ କରିବ କି? ଭୟରେ ପାକିସ୍ତାନ


ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢ଼ୁଛି। ତେବେ ସୀମା ବିବାଦକୁ ନେଇ ଚିନ୍ତାରେ ଥିବା ଭାରତ କୌଣସି ମୁହୂର୍ତ୍ତରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଉପରେ ଷ୍ଟ୍ରାଇକ୍ କରିପାରେ। ଏଭଳି ଆକଳନ କରିଛି ପାକିସ୍ତାନ। ତେଣୁ ଆଗୁଆ ପାକିସ୍ତାନ ସେନା ସତର୍କତା ଅବଲମ୍ବନ କରୁଛି। ଜୁନ୍ ଆରମ୍ଭରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କାମାର ଜାଭେଦ ବାଜୱା ଏଭଳି ଆକଳନ କରି ପିଓକେର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସେଠାରେ ଥିବା ଡାକ୍ତରଖାନାରେ ସେନା ପାଇଁ ୫୦ ପ୍ରତିଶତ ବେଡ୍ ସୁରକ୍ଷିତ ରଖିବାକୁ ନିବେଦନ କରିଥିଲେ।
#Exclusive #Breaking | Pakistan Army Chief writes to PoK Health Minister to reserve 50% of hospital beds & blood supplies for Army in case of emergency.
Details by TIMES NOW’s Pradeep Dutta & Mir Fareed. pic.twitter.com/yCxj0XJsjf
— TIMES NOW (@TimesNow) June 26, 2020
ଆହୁରି ପଢ଼ନ୍ତୁ
୫୦ ପ୍ରତିଶତ ବେଡ୍ ସହିତ ବ୍ଲଡ ବ୍ୟାଙ୍କରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ମହଜୁଦ ରଖିବାକୁ ବାଜଓ୍ୱା କହିଛନ୍ତି। ଅନ୍ୟପଟେ କିନ୍ତୁ ଏଲଏସିରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ବଢ଼ୁଥିବା ଦେଖି ପାକିସ୍ତାନ ସୀମାରେ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ କରି ଚାଲିଛି।
ସୂଚନାଯୋଗ୍ୟ, ଭାରତ ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ବିବାଦ ମଧ୍ୟରେ ପାକିସ୍ତାନୀ ସେନା ଭାରତୀୟ ସେନାର ଶକ୍ତି ଏବଂ ରଣନୀତିକୁ ପରଖୁଛି। ସେଥିପାଇଁ କଶ୍ମୀରରେ ଆତଙ୍କବାଦୀ ପୂର୍ବ ଅପେକ୍ଷା ଏବେ ଅଧିକ ସକ୍ରିୟ ହୋଇଛନ୍ତି। ଯାହାର ଜବାବ ମଧ୍ୟ ଭାରତୀୟ ସେନା ଦେଉଛନ୍ତି। ପ୍ରାୟତଃ ପ୍ରତିଦିନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇ ସେନା ତାର ସାମର୍ଥ୍ୟ ଦେଖାଉଛି।
ଆହୁରି ପଢ଼ନ୍ତୁ
[ad_2]