ରାଜ୍ୟଶିକ୍ଷା

ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ବାତିଲ

ସତ୍ୟଶିଖା(ଭୁବନେଶ୍ୱର) ୨୧.୦୪.୨୦୨୧: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ବାତିଲ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା । ଘୋଷଣା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଫେବୃୟାରୀରେ ମାଟ୍ରିକ ପରୀକ୍ଷା ହେଉଥିବା ବେଳେ ଏହାକୁ ମେ ୩ ତାରିଖକୁ ଘୁଂଚା ଯାଇଥିଲା । ପରୀକ୍ଷା ସ୍ଥଗିତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ୱେ ରାଜ୍ୟରେ ୬ ଲକ୍ଷ ୧୯ ହଜାର ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚତତା ଦେଖାଦେଇଥିଲା । କାରଣ ପରୀକ୍ଷା ହେବ ନା ନାହିଁ ସେନେଇ ଦ୍ୱନ୍ଦ୍ୱରେ ଥିଲେ ଛାତ୍ରଛାତ୍ରୀ। ସିବିଏସଇ ଦଶମ ପିଲାଙ୍କ ପରୀକ୍ଷା ବାତିଲ ହୋଇଥିବା ବେଳେ ଆଜି ଓଡ଼ିଆ ବୋର୍ଡର ପିଲାମାନଙ୍କ ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିଛନ୍ତି ରାଜ୍ୟ ସରକାର ।

Show More
Back to top button