ଭାରତୀୟ ବଜାରକୁ ଆସିଲା ହୋଣ୍ଡା H’Ness CB 350

ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୦/୨୦୨୦ : ନଭେମ୍ବର ୬ରେ ରୟାଲ୍ ଏନ୍ଫିଲ୍ଡ କ୍ଲାସିକ୍ ମେଟେଓର ୩୫୦ ବଜାରକୁ ପ୍ରବେଶ କରିବ । ଠିକ୍ ଏହା ପୂର୍ବରୁ ରୟାଲ୍ ଏନ୍ଫିଲ୍ଡ କ୍ଲାସିକ୍କୁ ଟକ୍କର ଦେବାକୁ ବଜାରରେ ପହଞ୍ଚିସାରିଛି ହୋଣ୍ଡା ହାଏନେସ୍ ସିବି ୩୫୦(H’ Ness CB 350) । ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ନିଜର ଷ୍ଟାଇଲିଙ୍ଗ ମୋଟରସାଇକେଲ୍ H’Ness CB 350 ଭାରତକୁ ଡେଲିଭରି ଆରମ୍ଭ କରିଛି ।
ଯେଉଁ ଗ୍ରାହକ H’Ness CB 350 ପାଇଁ ପୂର୍ବରୁ ଅର୍ଡର ଦେଇଥିଲେ ସେମାନେ ଏହି ପୂଜାରେ ଏହି ବାଇକ୍ର ଭରପୁର ମଜା ଉଠାଇପାରିବେ । ହୋଣ୍ଡା ନିଜର ରେଟ୍ରୋ ଷ୍ଟାଇଲ୍ ବାଇକ୍କୁ ବଜାରରେ ପ୍ରବେଶ କରିବା ପୂର୍ବରୁ ଖୁବ ପ୍ରଚାର କରିଥିଲା । H’Ness CB 350 ପାଇଁ ଗ୍ରାହକଙ୍କ ମନରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ତେବେ ଭାରତୀୟ ବଜାରରେ ରେଟ୍ରୋ ବାଇକ୍ H’Ness CB 350 ପ୍ରବେଶ କରିବା ପରେ ଏହାର ବିକ୍ରି ଅଧିକ ହେବ ବୋଲି ଆଶା କରିଛି କମ୍ପାନୀ ।
ତେବେ ଭାରତରେ ଏହାର ବିକ୍ରି ଦାୟିତ୍ବ ବିଗ୍ଓ୍ବିଙ୍ଗ ନେଟଓ୍ବାର୍କକୁ ଦେଇଛି କମ୍ପାନୀ । ତେବେ ଆପଣ ଚାହିଁଲେ ଏହି ରେଟ୍ରୋ ଷ୍ଟାଇଲ୍ ବାଇକ୍କୁ ୫୦୦ ଟଙ୍କା ଟୋକ୍ନରେ ବୁକ୍ କରିପାରିବେ । H’Ness CB 350 ଦୁଇଟି ଭ୍ୟାରିଏଣ୍ଟରେ ମାର୍କେଟ୍ରେ ଉପଲବ୍ଧ ହେଉଛି । ଡିଏଲଏକ୍ସର ଏକ୍ସ ସୋରୁମ୍ ମୂଲ୍ୟ ୧.୮୫ ଲକ୍ଷ ହୋଇଥିବା ବେଳେ ଡିଏଲଏକ୍ସ ପ୍ରୋର ମୂଲ୍ୟ ୧.୯୦ ଲକ୍ଷ ରହିଛି ।
H’Ness CB 350ରେ ୩୪୮ ସିସିର ସିଙ୍ଗଲ୍ ସିଲିଣ୍ଡର, ଫ୍ୟୁଲ୍ ଇଂଜେକ୍ଟେଡ୍ ଓ ଏୟାର କୁଲ୍ଡ୍ ଇଞ୍ଜିନ୍ ଲାଗିଛି । ଯାହାକୁ ୫ ସ୍ପିଡ୍ ଗିୟରବକ୍ସ ସହ ଯୋଡ଼ାଯାଇଛି । ଏହି ଇଞ୍ଜିନ୍ ୨୦.୮ ଏଚପି ଓ ୩୦ ଏନଏମ୍ ଟର୍କ ଜେନେରେଟ୍ କରିବ । H’Ness CB 350ର ଫିଚ୍ର ବି ଦମଦାର ରହିଛି । ଏଥିରେ ବ୍ଲୁଟୁଥ୍ କନେକ୍ଟିଭିଟି ସୁବିଧା ରହିଛି । ମୋବାଇଲ୍ ଫୋନ୍ ଗାଡ଼ିର ମିଟର ସହ କନେକ୍ଟ କରିହେବ । ଏଥିରେ ବ୍ୟାଟେରି ହେଲ୍ଥ ମନିଟର, ଏଲଇଡି ଲାଇଟ୍ ସିଷ୍ଟମ ରହିଛି । ଏହାସହ ଭଏସ୍ କଂଟ୍ରୋଲ୍ ସିଷ୍ଟମ ଥିବା ବେଳେ ପୂର୍ବରୁ ଏଥିରେ ଡୁଆଲ୍ ହର୍ଣ୍ଣ ଖଞ୍ଜିଛି କମ୍ପାନୀ ।






