ଧର୍ମରାଜ୍ୟ

ଏଥର ଶିକ୍ଷାନୁଷ୍ଠାନରେ ପୂଜାକୁ ମିଳିଲା ଅନୁମତି

ସତ୍ୟଶିଖା(ଭୁବନେଶ୍ୱର ) ୧୦.୦୮ .୨୦୨୧:  ପାର୍ବଣ ନେଇ ଗାଇଡଲାଇନ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର । ଗଣେଶ ପୂଜାକୁ ମିଳିଲା ଅନୁମତି । ସ୍କୁଲ , କଲେଜରେ ହେବ ଗଣେଶ ପୂଜା ।  ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ହୋଇପାରିବ ପୂଜା ।  ଗତ ଥର ସ୍କୁଲ, କଲେଜରେ ପୂଜା ହୋଇନଥିବା ବେଳେ ଚଳିତ ବର୍ଷ ପୂଜାକୁ ଅନୁମତି ମିଳିଛି ।

ଅନ୍ୟପଟେ କଟକଣା ସହ ପୂଜା ଆୟୋଜନ କରିବାକୁ ପୂଜା କମିଟିକୁ ଅନୁମତି ମିଳିଛି । ମଣ୍ଡପରେ ମୂର୍ତ୍ତିର ଉଚ୍ଚତା 4 ଫୁଟ୍ ରୁ କମ୍ ରହିବ । ଜିଲ୍ଲାରେ ଜିଲ୍ଲାପାଳ, ଟ୍ୱିନ ସିଟିରେ ସିପିଙ୍କ ଅନୁମତି ଲୋଡା । କେବଳ ପରମ୍ପରା ରକ୍ଷା ପାଇଁ ନିରାଡମ୍ବର ଭାବେ ପୂଜା କରାଯିବ । କୌଣସି ସାଜସଜ୍ଜାକୁ ଅନୁମତି ନାହିଁ । ସେହିପରି ମଣ୍ଡପକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ମଣ୍ଡପ ତିନି ପାର୍ଶ୍ୱର ବନ୍ଦ ରହିବ । ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରହିବ । ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ।

ପୂଜା ମଣ୍ଡପରେ ଏକା ସାଙ୍ଗରେ 7 ଜଣରୁ ଅଧିକ ଏକାଠି ହେବାକୁ ବାରଣ କରାଯାଇଛି । ପୂଜକ, ଆୟୋଜକ, କର୍ତ୍ତାଙ୍କୁ ମିଶାଇ 7 ଜଣରୁ ଅଧିର ରହିବେନି । ସେହିପରି ବିସର୍ଜନ, ଶୋଭାଯାତ୍ରା ମନା । ଅସ୍ଥାୟୀ ପୋଖରୀରେ ହେବ ବିସର୍ଜନ । ମେଲୋଡି, ଭଜନ ସଂଧ୍ୟା ଭଳି କୌଣସି ମନୋରଞ୍ଜନ କାର୍ଯ୍ୟ ମନା । ପୂଜାରେ କୌଣସି ଗୋଷ୍ଠୀ ଭୋଜି ଭାତ କରିବାକୁ ଅନୁମତି ନାହିଁ । ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସରକାର ।

Show More
Back to top button