ରାଜ୍ୟ

ଏଥର ପିକନିକ କରିବାକୁ ଚାଲ ଯିବା ଭିତରକନିକା

ସତ୍ୟଶିଖା (ଭୁବନେଶ୍ୱର) ୧୦,୧୧,୨୦୨୩: ଆରମ୍ଭ ହୋଇ ଯାଇଛି ଶୀତ । ଶୀତ ଋୁତୁ ଆସିବା ମାତ୍ରେ, ସମସ୍ତ ପର୍ଯ୍ୟଟନ ସ୍ଥାନଗୁଡିକରେ ପର୍ଯ୍ୟଟକଙ୍କ ଭିଡ ଲାଗେ । ଠିକ୍ ସେମିତି ଓଡ଼ିଶାରେ ରହିଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥାନଗୁଡିକ ମଧ୍ୟରେ, କେନ୍ଦ୍ରାପଡା ଜିଲ୍ଲାର ଏକ ପର୍ଯ୍ୟଟନସ୍ଥଳୀ ହେଉଛି ଭିତରକନିକା । ଭିତରକନିକା ଦୁଇଟି ଶବ୍ଦର ସମିଶ୍ରଣରେ ଗଠିତ ନାଁଟିଏ ।

ଯାହାର ଅର୍ଥ ଦୁର୍ଗମ ଏବଂ କନିକା ଯାହାର ଅର୍ଥ ଅତ୍ୟନ୍ତ ମନରୋମ । ଭିତରକନିକା ଏକ ସାଧାରଣ ପର୍ଯ୍ୟଟଙ୍କୁ ପର୍ଯ୍ୟଟନର ଆନନ୍ଦ, ବିଦ୍ୟାର୍ଥୀଙ୍କୁ ପ୍ରାକୃତିକ ପରିବେଶର ଜ୍ଞାନ ଏବଂ ଗବେଷକଙ୍କୁ ଗବେଷଣାର ଖୋରାକ୍‌ ଯୋଗାଇଥାଏ ।

ବିଶ୍ବ ପ୍ରସିଦ୍ଧ ଭିତରକନିକା ଉଦ୍ୟାନରେ କୁମ୍ଭୀର, ହରିଣ, ଦେଶୀ-ବିଦେଶୀ ପକ୍ଷୀ, ବିଭିନ୍ନ ବନ୍ୟଜନ୍ତୁଙ୍କ ସମେତ, ହେନ୍ତାଳବଣ ଦେଖିବାକୁ ପର୍ଯ୍ୟଟଙ୍କ ଭିଡ ଜମେ । ଏହା ସହିତ ସେଠାକାର ପ୍ରାକୃତକ ସୌନ୍ଦର୍ଯ୍ୟ, ନୈସର୍ଗିକ ଶୋଭା ପର୍ଯ୍ୟଟକଙ୍କୁ ଅନମନା କରେ ।  ସେଠାରେ କଟେଜ, ଖାଦ୍ୟ-ପାନୀୟ, ସୋଲାର ଗାଡି, ଶୌଚାଳୟ, ବୋଟିଂ ଆଦିର ବ୍ୟବସ୍ଥା ରହିଥିବା ବେଳେ, ପ୍ଲାଷ୍ଟିକ୍ ବୋତଲ ବ୍ୟାନ୍ କରାଯାଇଛି  । ୧୯୭୫ ମସିହାରୁ ଅଭୟ୍ୟାରଣ୍ୟ  ଏବଂ ୧୯୮୮ରୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇଛି  ଭିତରକନିକା । ତେବେ ଆଉ ଡେରି କାହିଁକି, ଯାଆନ୍ତୁ ନା ଥରେ ଯାଇ ଭିତରକନିକା ବୁଲି ଆସନ୍ତୁ।

କେମିତି ଯିବେ-

ଭିତରକନିକା ଯିବା ପାଇଁ ୩ଟି ପ୍ରବେଶ ପଥ ରହିଛି । ଡଙ୍ଗମାଳ, ଗୁପ୍ତି, ଖୋଳବାଟ ଦେଇ ପର୍ଯ୍ୟଟକ ସେଠାକୁ  ଯାଇପାରିବେ । ଏହା ବ୍ୟତୀତ, ଚାନ୍ଦବାଲିରୁ ଜଳପଥ ଦେଇ ଭିତରକନିକାକୁ ଯାଇହେବ ।

Show More
Back to top button