ଦେଶନ୍ୟୁଜ୍ବାଣିଜ୍ୟବିଦେଶ

ଟେସଲା କରୋନା ସମୟରେ ଲାଭ କରିଛି ୭୨୧ ମିଲିୟନ ଡଲାର

ସତ୍ୟଶିଖା (ନୂଆଦିଲ୍ଲୀ) ୨୮/୦୧/୨୦୨୧ : ବୁଧବାର ବିଶ୍ୱର ଅଗ୍ରଣୀ ଇଲେକ୍ଟ୍ରିକ୍ ଉତ୍ପାଦନକାରୀ କମ୍ପାନୀ ଟେସଲା ଏହାର ପ୍ରଥମ ବର୍ଷର ଲାଭ ବିଷୟରେ ସୂଚନା ଦେଇଛି । ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲାର ଚତୁର୍ଥ କ୍ବାର୍ଟରରେ କମ୍ ଆୟ ସହ ସେୟାର ହ୍ରାସ ପାଇଥିଲା । ଟେସଲାର ଉତ୍ପାଦନ ଏବଂ ବିତରଣକୁ କରୋନା ଭୂତାଣୁ ପ୍ରଭାବିତ କରିଥିବା ସତ୍ତ୍ବେ ୨୦୨୦ରେ କମ୍ପାନୀ ୭୨୧ ନିୟୁତ ଡଲାରର ଲାଭ କରିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଟେସଲା ୨୦୧୯ରେ ୮୬୨ନିୟୁତ ଡଲାରର କ୍ଷତି ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା । ୨୦୨୦ରେ ଟେସଲାର ଆୟ ୨୮ ପ୍ରତିଶତ ବୃଦ୍ଧି ହୋଇ ୩୧.୫ ବିଲିୟନରେ ପହଞ୍ଚିଛି ।ଟେସଲା ପାଇଁ ୨୦୨୦ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା । କିନ୍ତୁ ୨୦୨୧ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀ ଚାଇନା କାରଖାନାରେ ଉତ୍ପାଦନ ବୃଦ୍ଧି କରିବା ସହିତ ଜର୍ମାନୀ ଏବଂ ଟେକ୍ସାସ୍ ରାଜ୍ୟରେ ନିର୍ମିତ ହେବାକୁ ଥିବା ନୂତନ କାରଖାନା ସହିତ ପ୍ରଥମ ଉତ୍ପାଦନ ଲକ୍ଷ୍ୟ ସ୍ଥିର କରିଛି । ଚତୁର୍ଥ କ୍ବାର୍ଟରରେ କମ୍ପାନୀ ୨୭୦ ନିୟୁତ ଡଲାରର ଲାଭ କରିଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୫୭ ପ୍ରତିଶତ ବୃଦ୍ଧି ହୋଇଛି । ଚଳିତ ବର୍ଷ ଯାନ ବିତରଣରେ ହାରାହାରି ୫୦ ପ୍ରତିଶତ ବୃଦ୍ଧି ହେବ ବୋଲି ଟେସଲା ଆଶା କରିଛି ।  ୨୦୨୧ ରେ ଆଶା କରୁଥିବା ଠାରୁ କମ୍ପାନୀ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Show More
Back to top button