ଏଥର ଘର ଘର ବୁଲି ଟିକାଦେବେ ସ୍ୱାସ୍ଥ୍ୟକର୍ମୀ

ସତ୍ୟଶିଖା(ଭୁବନେଶ୍ୱର )୨୮.୧୦ .୨୦୨୧: ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ସାରା ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । କରୋନା ସହ ଲଢେଇ କରିବା ପାଇଁ ଟିକା ଏକମାତ୍ର ଅସ୍ତ୍ର ପାଲଟିଛି । ତେବେ ଟିକାକରଣରେ ଭାରତ ଭଲ ପ୍ରଦର୍ଶନ କରୁଥିବାବେଳେ ବର୍ତ୍ତମାନ ସମସ୍ତଙ୍କୁ ଟିକା ପ୍ରଦାନ କରିବା ଦିଗରେ ପୁଣି ଏକ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
ଆସନ୍ତା ମାସରୁ ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀମାନେ ଟିକା ଦେବେ । ତେବେ ଏହି ସମୟରେ ଦ୍ୱିତୀୟ ଡୋଜରୁ ବଞ୍ଚିତ ଲୋକଙ୍କ ସହ ଗୋଟିଏ ଡୋଜ ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ଟିକା ଦିଆଯିବ ।

ଗତକାଲି ଦେଶରେ ଟିକାକରଣକୁ ଦ୍ରୁତ ବେଗରେ ତ୍ୱରାନିତ କରିବା ଦିଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ କେନ୍ଦ୍ରିୟ ଟିକାକରଣ ବୈଠକ କରିଥିଲେ । ଏହାପରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

Exit mobile version