

ସତ୍ୟଶିଖା ( ଭୁବନେଶ୍ୱର )୦୬ /୧୧ /୨୦୨୧: ବାଲିପାଟଣାରେ ଦୀପାବଳି ସଂଧ୍ୟାରୁ ନିଖୋଜ ଥିବା ୩ ବର୍ଷ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ନିମାପଡା କେନାଲର ମାର୍ଥାପୁର ନିକଟରୁ ମିଳିଛି ମୃତଦେହ । ସକାଳୁ ଶବଟି ଭାସୁଥିବାବେଳେ ଲୋକେ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ବାଲିପାଟଣା ଥାନା ମୁଣ୍ଡହଣା ପାଟଣା ଗାଁର ୩ ବର୍ଷର ଶିଶୁ କନ୍ୟା ରଶ୍ମୀତା ଓରଫ ଅନୁ ୨ ଦିନ ହେଲା ନିଖୋଜ ଥିଲା ।
ଅଜୟ ମୁଦୁଲିଙ୍କ ୩ବର୍ଷର ଝିଅ ଦୀପାବଳି ସନ୍ଧ୍ୟାରେ ଘର ପାଖରେ ଖେଳୁଥିଲା । ହଠାତ୍ କିଛି ସମୟ ପରେ ପରିବାର ଲୋକେ ଝିଅକୁ ଖୋଜି ପାଇନଥିଲେ । ଅଗ୍ନିଶମ ବାହୀନି ଓ ପୋଲିସ ଘର ପାଖରେ ଥିବା କେନାଲକୁ ଖୋଜାଖୋଜି କରିଥିଲେ ବି ଶିଶୁର ପତା ମିଳିପାରିନଥିଲା । ପରେ ଓଡ୍ରାଫ ଓ ଅଗ୍ନିଶମ ବାହୀନ ଦ୍ୱାରା କେନାଲରେ ଖୋଜାଖୋଜି କରାଯାଇଥିଲା । ତେବେ ଝିଅକୁ କେହି ଅପହରଣ କରି ନେଇଯାଇଥିବା ସନ୍ଦେହ କରିଥିଲେ ପରିବାର ଲୋକ ।