ସତ୍ୟଶିଖା (ଭୁବନେଶ୍ୱର) ୧୭/୧୨/୨୦୨୦ : ଓଜନ ବଢିବା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି । ଆୟୁର୍ବେଦରେ ଓଜନ ବଢିବା ଏକ ଚକ୍ରୀୟ ପ୍ରକ୍ରିୟା । ଜୀବନଶୈଳୀ ଓ ଆହାର ସମ୍ବନ୍ଧୀୟ ଭୁଲ ଅଭ୍ୟାସ ଯୋଗୁଁ ପାଚନ ଅଗ୍ନି ଦୁର୍ବଳ ହୋଇପଡେ । ଯାହାଫଳରେ ଶରୀରରେ ବିଷାକ୍ତ ପଦାର୍ଥ ବଢ଼ିବାରେ ଲାଗିଥାଏ । ଫ୍ୟାଟ୍ ଏବଂ ମେଟାବୋଲିଜିମ୍ ଟିସୁ ସମସ୍ୟା ସୃଷ୍ଟି କରେ । ପାଚନ ପ୍ରଣାଳୀରେ ଅସନ୍ତୁଳନ ଦେଖାଦେଲେ ଟିସୁରେ କିଛି କିଛି ପରିବର୍ତ୍ତନ ହୋଇଥାଏ ଯାହାଫଳରେ ଓଜନ ମନକୁ ବଢ଼ିବାରେ ଲାଗିଥାଏ । କଫ ଦୋଷ, ବାତ ଓ ମେଦ ଧାତୁରେ ଅସନ୍ତୁଳନ ଦେଖାଦେଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଆୟୁର୍ବେଦ ଶରୀରକୁ ବିଷାକ୍ତ ପଦାର୍ଥରୁ ବାହାର କରିବାରେ, ଭୋଜନ ଅଭ୍ୟାସରେ ସୁଧାର ଆଣିବା, ପାଚନ ତନ୍ତ୍ର ମଜବୁତ କରିବା, ମେଟାବୋଲିଜିମକୁ ମଜବୁତ କରିବା ଏବଂ ଅବସାଦ କମ୍ କରିବାରେ ବିଭିନ୍ନ ଜଡିବୁଟି ସହାୟକ ପ୍ରମାଣିତ ହୋଇଥାଏ । ଏହିସବୁ ଜଡିବୁଟି ବ୍ୟବହାର କରି ଓଜନ କମ୍ କରିବା ସହ ପେଟଜନିତ ସମସ୍ୟା ମଧ୍ୟ ଦୂର କରାଯାଇପାରିବ ।
୧. ଡାଲଚିନି – ଡାଲଚିନିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିଇନଫ୍ଲାମେଟୋରୀ ଗୁଣ ରହିଛି । ସେଥିପାଇଁ ଶୀତ ଦିନରେ ଏହାକୁ ଜଡିବୁଟି ଭଳି ବ୍ୟବହାର କରାଯାଇଥାଏ । ଓଜନ କମ୍ କରିବାରେ ଡାଲଚିନି ବହୁତ ପ୍ରଭାବଶାଳୀ । ଏହା ମେଟାବୋଲିଜିମ୍ ଉନ୍ନତି କରିବାରେ ସାହାଯ୍ୟ କରିଥାଏ । ଏହି ଭାରତୀୟ ମସଲା ଭୋକ କମ କରିବାରେ ସାହାଯ୍ୟ କରିଥାଏ । ଏହା କୋଲେଷ୍ଟ୍ରୋଲ୍ କମ୍ କରିଥାଏ । ଏହା ପେଟଫୁଲା ସମସ୍ୟା ମଧ୍ୟ ଦୂର କରିଥାଏ । ଡାଲଚିନି ପାଉଡରକୁ ପାଣିରେ ପକାଇ କିଛି ସମୟ ଫୁଟାଇ ଦିଅନ୍ତୁ ଏବଂ ଟିକେ ଥଣ୍ଡା ହେବାପରେ ଛାଣି ସେବନ କରନ୍ତୁ ।