ସତ୍ୟଶିଖା (ମୁମ୍ବାଇ) ୧୫/୧୦/୨୦୨୦ : ମ୍ୟାଥିୟସ୍ ବୋ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛନ୍ତି । ପ୍ରକୃତରେ ତାପସୀ ପାନ୍ନୁ ଇନଷ୍ଟାଗ୍ରାମରେ ବିଗିନି ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ତାପସୀ ନିଜ ଭଉଣୀମାନଙ୍କ ସହ ମ୍ୟାଥିୟସ୍ ବୋଙ୍କ ସହ ଦେଖିବାକୁ ମିଳିଥିଲେ । ସୂଚନା ଅନୁଯାୟୀ ତାପସୀ,ମ୍ୟାଥିୟସଙ୍କୁ ଡେଟ୍ କରୁଛନ୍ତି । ଆସନ୍ତୁ ଜାଣିବା ମ୍ୟାଥିୟସଙ୍କ ବିଷୟରେ ମ୍ୟାଥିୟସଙ୍କ ଜନ୍ମ ୧୯୮୦ମସିହାରେ ଜୁଲାଇ ୧୧ତାରିଖରେ ହୋଇଥିଲା । ସେ ଡେନମାର୍କର ପ୍ରସିଦ୍ଧ ବ୍ୟାଡମିଣ୍ଟନ ପ୍ଲେୟାର । ବୋ ୬ବର୍ଷ ବୟସରୁ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ । ବୋଙ୍କ ବାପା-ମାଆ ମଧ୍ୟ ବ୍ୟାଡମିଣ୍ଟନ୍ ଖେଳାଳି ରହି ଆସିଛନ୍ତି ।
ଏହି ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ହେଉଛନ୍ତି ତାପସୀ ପାନ୍ନୁଙ୍କ ବୟଫ୍ରେଣ୍ଡ
