ଏହି ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ହେଉଛନ୍ତି ତାପସୀ ପାନ୍ନୁଙ୍କ ବୟଫ୍ରେଣ୍ଡ

ସତ୍ୟଶିଖା (ମୁମ୍ବାଇ) ୧୫/୧୦/୨୦୨୦ : ମ୍ୟାଥିୟସ୍ ବୋ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛନ୍ତି । ପ୍ରକୃତରେ ତାପସୀ ପାନ୍ନୁ ଇନଷ୍ଟାଗ୍ରାମରେ ବିଗିନି ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ତାପସୀ ନିଜ ଭଉଣୀମାନଙ୍କ ସହ ମ୍ୟାଥିୟସ୍ ବୋଙ୍କ ସହ ଦେଖିବାକୁ ମିଳିଥିଲେ । ସୂଚନା ଅନୁଯାୟୀ ତାପସୀ,ମ୍ୟାଥିୟସଙ୍କୁ ଡେଟ୍ କରୁଛନ୍ତି । ଆସନ୍ତୁ ଜାଣିବା ମ୍ୟାଥିୟସଙ୍କ ବିଷୟରେ ମ୍ୟାଥିୟସଙ୍କ ଜନ୍ମ ୧୯୮୦ମସିହାରେ ଜୁଲାଇ ୧୧ତାରିଖରେ ହୋଇଥିଲା । ସେ ଡେନମାର୍କର ପ୍ରସିଦ୍ଧ ବ୍ୟାଡମିଣ୍ଟନ ପ୍ଲେୟାର । ବୋ ୬ବର୍ଷ ବୟସରୁ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ । ବୋଙ୍କ ବାପା-ମାଆ ମଧ୍ୟ ବ୍ୟାଡମିଣ୍ଟନ୍ ଖେଳାଳି ରହି ଆସିଛନ୍ତି ।ଏବର୍ଷ ଆରମ୍ଭରୁ ସେ ପ୍ରୋଫେସନାଲ୍ ବ୍ୟାଡମିଣ୍ଟନରୁ ସନ୍ନ୍ୟାସ ନେଇଛନ୍ତି । ତାଙ୍କ କ୍ୟାରିୟର ୨ଦଶକରୁ ବି ଅଧିକ ସମୟ ଚାଲିଥିଲା । ଏହି ସମୟରେ ସେ ମାଇକେଲ୍ ଜେନସନ ଏବଂ ଥୋମାସ୍ ହୋବଗାର୍ଡ଼ ଭଳି ଖେଳାଳିଙ୍କ ସହ ପାର୍ଟନରଶିପ୍ କରିଥିଲେ । ବୋ ୨୦୧୫ମସିହାରେ ୟୁରୋପିଆନ ଗେମସରେ ଗୋଲ୍ଡ ମେଡାଲ ଜିତିଥିଲେ । ଏହା ବ୍ୟତୀତ ସେ ୨୦୧୨ ଏବଂ ୨୦୧୭ମସିହାରେ ୨ଥର ୟୁରୋପିଆନ ଚାମ୍ପିଅନ ରହି ସାରିଛନ୍ତି । ୨୦୧୨ର ସମର ଅଲିମ୍ପିକ୍ସ ଏବଂ ୨୦୧୩ର ବିଶ୍ବ ଚାମ୍ପିଅନଶିପରେ ସେ ରୌପ୍ୟ ପଦକ ଜିତି ସାରିଛନ୍ତି ।
ମ୍ୟାଥିୟସ,ତାପସୀଙ୍କ ଜନ୍ମଦିନରେ ଏହି ଫଟୋ ସେୟାର କରିଥିଲେ । ସେ ତାପସୀଙ୍କ ଜନ୍ମଦିନ ଓ୍ବିଶ୍ କରି ଲେଖିଥିଲେ ଯେ ତାଙ୍କୁ ବିଶ୍ବାସ ହେଉନାହିଁ ଯେ ସେ ଏତେ ଲକି କାରଣ ସେ ଏପରି ଝିଅଙ୍କୁ ଖୋଜିଛନ୍ତି ଯିଏ ତାଙ୍କ ଫାଲତୁ ଜୋକରେ ବେଳେବେଳେ ହସି ଦିଅନ୍ତି ଏବଂ ସେ ନିଜ ଆଡ଼ୁ ପୂରା ଚେଷ୍ଟା କରିବେ ତାଙ୍କ ମୁହଁରେ ହସ ଆଣିବାକୁ । ମ୍ୟାଥିୟସଙ୍କ ଏହି ପୋଷ୍ଟ ପରେ ମଧ୍ୟ ତାପସୀ ଏବଂ ତାଙ୍କ ରିଲେସନଶିପକୁ ନେଇ ଖବର ଆସିଥିଲା ।
ଜେନିସ୍ କପ୍ ଇଣ୍ଟରନ୍ୟାସନାଲ୍ ଅଲ୍ ଷ୍ଟାର ଟୁର୍ଣ୍ଣାମେଣ୍ଟର ଅର୍ଗନାଇଜର୍ସ ମ୍ୟାଥିୟସ୍ ବୋଙ୍କ ଦମଦାର କ୍ୟାରିୟରକୁ ଦେଖି ତାଙ୍କର ଏକ ଛୋଟ ଷ୍ଟାଚ୍ୟୁ ନିର୍ମାଣ କରିଥିଲେ ଯାହାକୁ ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ମଧ୍ୟ ସେୟାର କରିଥିଲେ । ତାପସୀ ନିଜ ଭଉଣୀ ଏବଂ ମ୍ୟାଥିୟସଙ୍କ ସହ ମାଳଦ୍ବୀପରେ ଭ୍ୟାକେସନ ବିତାଉଛନ୍ତି ଏବଂ ସେ ଇନଷ୍ଟାଗ୍ରାମରେ ଲଗାତାର ସୁନ୍ଦର ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି । ତାପସୀ ଏବଂ ମ୍ୟାଥିୟସ୍ ପବ୍ଲିକରେ ନିଜ ରିଲେସନକୁ ସ୍ବୀକାର କରି ନାହାନ୍ତି । ତାପସୀ ନିଜେ ମଧ୍ୟ ଖେଳପ୍ରିୟ। ସେ ଫିଲ୍ମ ସୁରମାରେ ଜଣେ ହକି ଖେଳାଳିର ଭୂମିକାରେ ଅଭିନୟ କରି ସାରିଛନ୍ତି । ଏହା ବ୍ୟତୀତ ସେ ଜଣେ ବ୍ୟାଡମିଣ୍ଟନ ଟିମର ମାଲିକ ।