

ସତ୍ୟଶିଖା(ଭୁବନେଶ୍ୱର ) ୧୭ .୦୧.୨୦୨୨ : ରାଜ୍ୟରେ କରୋନାର ତୃତୀୟ ଲହରରେ ସାମାନ୍ୟ ଲକ୍ଷଣ ଦେଖାଦେଉଛି । ଗଳା ବଥାରୁ ଆରମ୍ଭ ହେଉଛି ସଂକ୍ରମଣ । ୨ରୁ ୩ ଦିନ ନାକ ବନ୍ଦ ରହୁଛି, ମୁଣ୍ଡ ବ୍ୟଥା ଓ ଦେହ ହାତ ଦରଜ ହେଉଛି । ଭୂତାଣୁ ନାକ ଓ ଗଳାରେ ରହୁଛି, ଛାତିକୁ ଆସୁନାହିଁ, ତେଣୁ ରୋଗୀ ୩-୪ ଦିନରେ ସୁସ୍ଥ ହୋଇଯାଉଛନ୍ତି ।
ତେବେ ଏଥିପାଇଁ ଅଧିକ ଔଷଧ ଖାଇବାର ଆବଶ୍ୟକତା ନାହିଁ । ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଜଣେ ସଂକ୍ରମିତ ୭ ଦିନ ପରେ ଅନ୍ୟମାନଙ୍କ ପାଇଁ କ୍ଷତିକାରକ ହୋଇନପାରନ୍ତି । ତେଣୁ ଭୟଭୀତ ନହୋଇ ଘରେ ୭ ଦିନ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି ।