ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୩.୦୯.୨୦୨୦ : ଭାରତ-ଚୀନ ମଧ୍ୟରେ ଲଦାଖରେ ଅନେକ ମାସ ଧରି ଚାଲିଥିବା ସୀମା ବିବାଦ କାରଣରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଦୁଇ ଦେଶର ସେନା ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ବଡ ସଂଖ୍ୟାରେ ସୈନ୍ୟ ଠୁଳ କରି ରଖିଛନ୍ତି। ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ହେଲେ ଭାରତୀୟ ସେନାଙ୍କ ପରାକ୍ରମ ନେଇ ଚୀନ ସୈନିକ ବିଚଳିତ ଅଛନ୍ତି । ଚୀନ ସୈନିକ କେତେ ଭୟଭୀତ ଅଛନ୍ତି ତାହା ନିକଟରେ ଭାଇରାଲ ଏକ ଭିଡିଓରେ ଦେଖିବାକୁ ମିଳିଛି । ପଡୋଶୀ ଦେଶର ସୈନିକ ଏହି ପରି ଭୟଭୀତ ଅଛନ୍ତି ଯେ, ସେମାନଙ୍କର ପୋଷ୍ଟିଂ ଏଲଏସିରେ ହେଉଥିବା ଖବର ଶୁଣି ଆଖିରେ ଲୁହ ଚାଲି ଆସୁଛି । ସାମାଜିକ ଗଣମାଧ୍ୟମରେ ପିପୁଲ୍ସ ଲିବେରେସନ(ପିଏଲଏ)ର ସୈନିକ କାନ୍ଦୁଥିବା ଭିଡିଓ ସାମ୍ନାକୁ ଆସିଛି। କୁହାଯାଉଛି ଚୀନ ସୈନିକ କାନ୍ଦିବାର କାରଣ ହେଉଛି ସେମାନଙ୍କୁ ଲଦାଖରେ ମୁତୟନ କରାଯାଉଛି ।
ଏମାନେ ପୁଣି ଲଢିବେ ଭାରତୀୟ ଯବାନଙ୍କ ସହିତ l
