ସତ୍ୟଶିଖା ୧୬/୧୨/୨୦୨୦ : ଅଧିକାଂଶ ଲୋକଙ୍କୁ ଦିନ ସାରା କେତେବେଳେ କେମିତି ଥକ୍କାପଣ ଅନୁଭୂତ ହୋଇଥାଏ । ଶରୀରରେ ଶକ୍ତି କମିଯିବାର ପ୍ରଭାବ ଦୈନନ୍ଦିନ କାମ ଉପରେ ପଡ଼ିଥାଏ । ଆପଣ କ’ଣ ଏବଂ କେତେ ମାତ୍ରାରେ ଖାଉଛନ୍ତି ଏହାର ପ୍ରଭାବ ପୂରା ଦିନର କାର୍ଯ୍ୟକଳାପ ଉପରେ ପଡ଼ିଥାଏ । ଖାଦ୍ୟପେୟର କିଛି ଜିନିଷ ପୋଷକ ତତ୍ତ୍ବ ସହ ଶରୀରକୁ ତୁରନ୍ତ ଏନର୍ଜି ଦେବାର କାମ କରିଥାଏ । ଆସନ୍ତୁ ଜାଣିବା ଏହି ଜିନିଷଗୁଡ଼ିକ ବିଷୟରେ ଯେଉଁଗୁଡ଼ିକ ଖାଇବା ଦ୍ୱାରା ଆପଣ ସାରା ଦିନ ଆକ୍ଟିଭ ରହିବେ ।
୧. କଦଳୀ : ଶକ୍ତି ପାଇଁ କଦଳୀ ସବୁଠୁ ବେଷ୍ଟ୍ ଫୁଡ ଭାବେ ଜଣା ଯାଇଥାଏ । କଦଳୀ କାର୍ବସ୍,ପୋଟାସିୟମ୍ ଏବଂ ଭିଟାମିନ୍ B.6ର ଉତ୍ତମ ସ୍ରୋତ । ଏ ସମସ୍ତ ଜିନିଷ ଶରୀରରେ ଶକ୍ତିର ସ୍ତରକୁ ବଢ଼ାଇଥାଏ ।
୪. ସେଓ : ସେଓରେ କାର୍ବସ୍ ଏବଂ ଫାଇବର ଭରପୂର ମାତ୍ରାରେ ଥାଏ । ମଧ୍ୟମ ଆକାରର ସେଓରେ ପାଖାପାଖି ୧୪ଗ୍ରାମ୍ କାର୍ବସ,୧୦ଗ୍ରାମ୍ ସୁଗର ଏବଂ ୨.୧ଗ୍ରାମ୍ ଫାଇବର ରହିଥାଏ । ଏଥିରେ ଥିବା ନ୍ୟାଚୁରାଲ୍ ସୁଗର ଏବଂ ଫାଇବର ଶରୀରରେ ଶକ୍ତିର ସ୍ତରକୁ ଧୀରେ ଧୀରେ ବଢ଼ାଇବାର କାମ କରିଥାଏ ଏବଂ ଶରୀର ଦୀର୍ଘ ସମୟ ଯାଏଁ ଆକ୍ଟିଭ ରହିଥାଏ । ସେଓରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଉଚିତ୍ ମାତ୍ରାରେ ହୋଇଥାଏ ଯାହା ଶରୀରକୁ ଶକ୍ତି ଦେଇଥାଏ ।
