ଖାଦ୍ୟସ୍ୱାସ୍ଥ୍ୟ

ଶୀତଦିନେ ନିଶ୍ଚୟ ଖାଆନ୍ତୁ ଏହି ୧୦ଟି ଜିନିଷ

ସତ୍ୟଶିଖା ୧୬/୧୨/୨୦୨୦ : ଅଧିକାଂଶ ଲୋକଙ୍କୁ ଦିନ ସାରା କେତେବେଳେ କେମିତି ଥକ୍କାପଣ ଅନୁଭୂତ ହୋଇଥାଏ । ଶରୀରରେ ଶକ୍ତି କମିଯିବାର ପ୍ରଭାବ ଦୈନନ୍ଦିନ କାମ ଉପରେ ପଡ଼ିଥାଏ । ଆପଣ କ’ଣ ଏବଂ କେତେ ମାତ୍ରାରେ ଖାଉଛନ୍ତି ଏହାର ପ୍ରଭାବ ପୂରା ଦିନର କାର୍ଯ୍ୟକଳାପ ଉପରେ ପଡ଼ିଥାଏ । ଖାଦ୍ୟପେୟର କିଛି ଜିନିଷ ପୋଷକ ତତ୍ତ୍ବ ସହ ଶରୀରକୁ ତୁରନ୍ତ ଏନର୍ଜି ଦେବାର କାମ କରିଥାଏ । ଆସନ୍ତୁ ଜାଣିବା ଏହି ଜିନିଷଗୁଡ଼ିକ ବିଷୟରେ ଯେଉଁଗୁଡ଼ିକ ଖାଇବା ଦ୍ୱାରା ଆପଣ ସାରା ଦିନ ଆକ୍ଟିଭ ରହିବେ ।

୧. କଦଳୀ : ଶକ୍ତି ପାଇଁ କଦଳୀ ସବୁଠୁ ବେଷ୍ଟ୍ ଫୁଡ ଭାବେ ଜଣା ଯାଇଥାଏ । କଦଳୀ କାର୍ବସ୍,ପୋଟାସିୟମ୍ ଏବଂ ଭିଟାମିନ୍ B.6ର ଉତ୍ତମ ସ୍ରୋତ । ଏ ସମସ୍ତ ଜିନିଷ ଶରୀରରେ ଶକ୍ତିର ସ୍ତରକୁ ବଢ଼ାଇଥାଏ ।୨. କନ୍ଦମୂଳ : ସ୍ୱାଦିଷ୍ଟ ହେବା ସହ,କନ୍ଦମୂଳ ଶରୀରରେ ଶକ୍ତି ବଢ଼ାଇବାର କାମ ମଧ୍ୟ କରିଥାଏ । ଏକ କପ୍ କନ୍ଦମୂଳରେ ୨୫ଗ୍ରାମ୍ କାର୍ବସ୍,୩.୧ ଗ୍ରାମ୍ ଫାଇବର,୨୫ ପ୍ରତିଶତ ମାଙ୍ଗାନିଜ ଏବଂ ଭିଟାମିନ୍ A ର ଉତ୍ତମ ସ୍ରୋତ ହୋଇଥାଏ । କନ୍ଦମୂଳରେ ଥିବା ଫାଇବର ଏବଂ କାର୍ବକୁ ହଜମ ହେବାରେ ସମୟ ଲାଗିଥାଏ ଏଥିପାଇଁ ଏହାକୁ ଖାଇବା ପରେ ଶରୀର ଦୀର୍ଘ ସମୟ ଯାଏଁ ଆକ୍ଟିଭ ରହିଥାଏ ।୩. ଅଣ୍ଡା : ଅଣ୍ଡା ଶକ୍ତିର ସବୁଠୁ ଉତ୍ତମ ସ୍ରୋତ ହୋଇଥାଏ । ଅଣ୍ଡା ପ୍ରୋଟିନରେ ଭରପୂର ହୋଇଥାଏ ଯାହା ଫଳରେ ଆପଣଙ୍କୁ ସାରା ଦିନ ଶକ୍ତି ମିଳିଥାଏ । ଏହା ବ୍ୟତୀତ ଅଣ୍ଡାରେ ଥିବା ଆମିନୋ ଏସିଡ ଲ୍ୟୁସିନ ମଧ୍ୟ ବିଭିନ୍ନ ଉପାୟରେ ଶରୀରକୁ ଶକ୍ତି ପହଞ୍ଚାଇଥାଏ । ଅଣ୍ଡାରେ ଥିବା ଭିଟାମିନ୍ B ଖାଦ୍ୟକୁ ଶକ୍ତିରେ ରୂପାନ୍ତରିତ କରିବାର କାମ କରିଥାଏ ।

୪. ସେଓ : ସେଓରେ କାର୍ବସ୍ ଏବଂ ଫାଇବର ଭରପୂର ମାତ୍ରାରେ ଥାଏ । ମଧ୍ୟମ ଆକାରର ସେଓରେ ପାଖାପାଖି ୧୪ଗ୍ରାମ୍ କାର୍ବସ,୧୦ଗ୍ରାମ୍ ସୁଗର ଏବଂ ୨.୧ଗ୍ରାମ୍ ଫାଇବର ରହିଥାଏ । ଏଥିରେ ଥିବା ନ୍ୟାଚୁରାଲ୍ ସୁଗର ଏବଂ ଫାଇବର ଶରୀରରେ ଶକ୍ତିର ସ୍ତରକୁ ଧୀରେ ଧୀରେ ବଢ଼ାଇବାର କାମ କରିଥାଏ ଏବଂ ଶରୀର ଦୀର୍ଘ ସମୟ ଯାଏଁ ଆକ୍ଟିଭ ରହିଥାଏ । ସେଓରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଉଚିତ୍ ମାତ୍ରାରେ ହୋଇଥାଏ ଯାହା ଶରୀରକୁ ଶକ୍ତି ଦେଇଥାଏ ।୫. ଡାର୍କ ଚକଲେଟ୍ : ରେଗୁଲାର ଏବଂ ମିଲ୍କ ଚକଲେଟ୍ ତୁଳନାରେ ଡାର୍କ ଚକଲେଟରେ କୋକୋ ଅଧିକ ମାତ୍ରାରେ ଥାଏ । କୋକୋରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ବ୍ଲଡ ଫ୍ଲୋ ବଢ଼ାଇବା ସହ ଶରୀରକୁ ବିଭିନ୍ନ ଉପାୟରେ ଲାଭ ପହଞ୍ଚାଇଥାଏ । ଏହା ମସ୍ତିଷ୍କ ଏବଂ ମାଂସପେଶୀର କାର୍ଯ୍ୟକ୍ଷମତାକୁ ବଢ଼ାଇଥାଏ । ଡାର୍କ ଚକଲେଟ ଶାରିରୀକ ସହ ମାନସିକ ଥକ୍କାପଣକୁ ମଧ୍ୟ ଦୂର କରିଥାଏ ଏବଂ ମୁଡ ଭଲ କରିଥାଏ ।୬. ବିଟ୍ : ବିଟ୍ ମଧ୍ୟ ଶରୀରରେ ଶକ୍ତିର ସ୍ତରକୁ ବଢ଼ାଇଥାଏ । ଅଧ୍ୟୟନରୁ ଜଣା ଯାଇଥାଏ ଯେ ବିଟରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ରକ୍ତ ସଞ୍ଚାଳନକୁ ବଢ଼ାଇଥାଏ । ବିଟରେ ଥିବା ନାଇଟ୍ରେଟ୍ ଶରୀରରେ ନାଇଟ୍ରିକ୍ ଅକ୍ସାଇଡ ବଢ଼ାଇଥାଏ ।୭: ଓଟମିଲ : ଓଟମିଲ ଆପଣଙ୍କୁ ଅଧିକ ସମୟ ଯାଏଁ ଶକ୍ତି ଦେଇଥାଏ । ଏଥିରେ ବିଟା ଗ୍ଲୁକାନ ନାମକ ଦ୍ରବଣ ଫାଇବର ହୋଇଥାଏ ଯାହା ପାଣି ସହ ମିଶି ଶରୀରରେ ଏକ ଗାଢ଼ ଜେଲ୍ ପ୍ରସ୍ତୁତ କରିଥାଏ । ପାଚନ ତନ୍ତ୍ରରେ ଏହି ଜେଲ୍ ହେବା ଯୋଗୁଁ ଶୀଘ୍ର ଭୋକ ଲାଗିନଥାଏ । ଓଟମିଲ ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର ହୋଇଥାଏ ଯାହା ଶରୀରରେ ଶକ୍ତି ବୃଦ୍ଧି କରିଥାଏ ।୮. କଫି : ଅଧିକାଂଶ ଲୋକ ଥକ୍କାପଣରୁ ମୁକ୍ତି ପାଇବା ପାଇଁ ମୁଡ ଭଲ କରିବା ପାଇଁ କଫି ପିଇଥାନ୍ତି । କଫି ତୁରନ୍ତ ଶକ୍ତି ଦେଇଥାଏ । କଫିରେ ଥିବା କ୍ୟାଫିନ୍ ନର୍ଭସ୍ ସିଷ୍ଟମକୁ ଶାନ୍ତ କରିଥାଏ । କଫି ପିଇବା ଦ୍ୱାରା ଶରୀରରେ ଏପିନଫ୍ରିନ୍ ହରମୋନ୍ ହୋଇଥାଏ ଯାହା ଶରୀର ଏବଂ ମସ୍ତିଷ୍କକୁ ଆକ୍ଟିଭ କରିଥାଏ । କଫି ପିଇବା ଦ୍ୱାରା ଆଳସ୍ୟ ଦୂର ହୋଇଥାଏ । ଏହା ଅଧିକ ସେବନ କରିବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ ।୯. ବ୍ରାଉନ୍ ରାଇସ୍ : ବ୍ରାଉନ୍ ରାଇସରେ ପୋଷକ ତତ୍ତ୍ବ ଭରପୂର ରହିଥାଏ । ଧଳା ଚାଉଳ ତୁଳନାରେ,ଏହା କମ୍ ପ୍ରୋସେସଡ ହୋଇଥାଏ । ଏଥିରେ ଫାଇବର,ଭିଟାମିନ୍ ଏବଂ ମିନେରାଲ୍ସ ଅଧିକ ଥାଏ । ଅଧା କପ୍ ବ୍ରାଉନ୍ ରାଇସରେ ୨ଗ୍ରାମ୍ ଫାଇବର ଏବଂ ଉଚିତ୍ ମାତ୍ରାରେ ମାଙ୍ଗାନିଜ ଥାଏ । ଏହା କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନକୁ ଏନର୍ଜିରେ ପରିବର୍ତ୍ତିତ କରିଥାଏ । ବ୍ରାଉନ୍ ରାଇସରେ ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ ।୧୦. ଷ୍ଟ୍ରବେରି : ଷ୍ଟ୍ରବେରିକୁ ଉତ୍ତମ ଶକ୍ତି ଦାୟକ ଫଳ ବୋଲି କୁହାଯାଇଥାଏ । ଷ୍ଟ୍ରବେରି ଖାଇବା ଦ୍ୱାରା ଶରୀରକୁ କାର୍ବସ୍,ଫାଇବର ଏବଂ ସୁଗାର ମିଳିଥାଏ ଯାହା ଆପଣଙ୍କ ଶକ୍ତି ସ୍ତରକୁ ବଢ଼ାଇଥାଏ । ଏକ କପ୍ ଷ୍ଟ୍ରବେରୀରେ ୧୩ଗ୍ରାମ୍ କାର୍ବସ୍,୩ଗ୍ରାମ୍ ଫାଇବର ଏବଂ ଭିଟାମିନ୍ C ର ଉଚିତ୍ ମାତ୍ରା ରହିଥାଏ । ଷ୍ଟ୍ରବେରି ଖାଇବା ଦ୍ବାରା ଥକ୍କାପଣ ଦୂର ହୋଇଥାଏ ।

Show More
Back to top button