ଖାଦ୍ୟସ୍ୱାସ୍ଥ୍ୟ

ପ୍ରୋଟିନର ଅଭାବକୁ ପୂରଣ କରିଥାଏ ଏହି ୭ଟି ପରିବା

ସତ୍ୟଶିଖା ୨୭/୧୧/୨୦୨୦ : ନିରାମିଷ ଖାଦ୍ୟରେ ଆମିଷ ଭଳି ପ୍ରୋଟିନ ନଥାଏ ଏଥିପାଇଁ ଆପଣଙ୍କୁ ଆମିଷ ଖାଦ୍ୟ ଖାଇବା ଆରମ୍ଭ କରିବା ଉଚିତ୍ । କିନ୍ତୁ ଯଦି ତଥାପି ଆପଣଙ୍କୁ ଆମିଷ ଖାଇବା ପସନ୍ଦ ନୁହେଁ ତେବେ ଜାଣି ରଖନ୍ତୁ ଯେ ନିରାମିଷ ଖାଦ୍ୟରେ ମଧ୍ୟ କେତେକ ଜିନିଷରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ଥାଏ । ଆସନ୍ତୁ ଜାଣିବା ପ୍ରୋଟିନ୍ ଥିବା ନିରାମିଷ ଖାଦ୍ୟ-

୧.ସାମାନ୍ୟ ଆଞ୍ଚରେ ଭଜା ହୋଇଥିବା ଆଳୁ : ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ମଧ୍ୟମ ଆକାରରେ କଟାଯାଇଥିବା ଏବଂ ସାମାନ୍ୟ ଆଞ୍ଚରେ ଭଜା ହୋଇଥିବା ଆଳୁରେ ପ୍ରୋଟିନ୍,ପୋଟାସିୟମ୍,ଭିଟାମିନ୍ ସି ଏବଂ ଫାଇବରର ଭରପୂର ମାତ୍ରା ଥାଏ ।୨. ବ୍ରୋକୋଲି : ଯଦି ଆପଣ ବ୍ରୋକୋଲି ଖାଆନ୍ତି ନାହିଁ ତେବେ ଆପଣଙ୍କୁ ଏବେଠୁ ବ୍ରୋକୋଲି ଖାଇବା ଆରମ୍ଭ କରିବା ଉଚିତ୍ । ଆପଣଙ୍କୁ ବ୍ରୋକୋଲିରେ ପ୍ରୋଟିନର ମାତ୍ରା ଏବଂ ଆଇରନ୍ ମିଳିବ ।୩. ଫୁଲକୋବି : ଅଧିକାଂଶ ଲୋକଙ୍କୁ ଫୁଲକୋବି ପସନ୍ଦ ହୋଇଥାଏ । ଏଥିରେ ପ୍ରୋଟିନ୍,ପୋଟାସିୟମ,କ୍ୟାଲୋରୀ,ମ୍ୟାଗ୍ନେସିୟମ୍,ଫାଇବର ଏବଂ ଆଇରନର ଗୁଣ ରହିଥାଏ ।୪. ଛତୁ : ଆପଣ ଯଦି ବାରମ୍ବାର ରୋଗରେ ପଡ଼ୁଛନ୍ତି,ତେବେ ଆପଣଙ୍କୁ ଛତୁ ଖାଇବା ଉଚିତ୍ ।ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍ ରହିଥାଏ ।

୫.ପାଳଙ୍ଗ : ପାଳଙ୍ଗରେ ପ୍ରୋଟିନ୍ ବ୍ୟତୀତ ଆଇରନ୍ ,ଫାଇବର ଏବଂ ଭିଟାମିନ୍ ବି ଥାଏ ।୬.ମକା : ଶୀତଦିନେ ମକା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ପ୍ରୋଟିନ୍ ଏବଂ ଫାଇବର ପ୍ରଚୁର ମାତ୍ରା​ରେ ଥାଏ ।୭. ମଟର : ଆଳୁ ,ପନିର,ମଟର କାହାକୁ ଭଲ ନ ଲାଗିଥାଏ । ମଟର ପ୍ରୋଟିନର ଏକ ଭଲ ସ୍ରୋତ ହୋଇଥାଏ ।

Show More
Back to top button