ଏହି ୩ଟି ମଞ୍ଜି ବଢାଇଥାଏ ତ୍ବଚାର ଚମକ

ସତ୍ୟଶିଖା ୨୮/୧୨/୨୦୨୦ : ତ୍ୱଚାରୁ ସୁନ୍ଦରତା ବଢାଇବା ପାଇଁ ଲୋକମାନେ ଅନେକ ପ୍ରକାରର ବ୍ୟୁଟି ପ୍ରଡକ୍ଟସର ବ୍ୟବହାର କରିଥାନ୍ତି । ଯଦି ଆପଣଙ୍କ ଶରୀର ଭିତରୁ ସ୍ଵଚ୍ଛ ନାହିଁ ତେବେ କୌଣସି ବି କ୍ରିମ୍ ତ୍ୱଚାରେ ଚମକ ଆଣିପାରିବନାହିଁ । ସୁନ୍ଦର କେଶ ଏବଂ ସୁନ୍ଦର ତ୍ୱଚା ପାଇଁ ସୁସ୍ଥ ଖାଦ୍ୟପେୟ ଜରୁରୀ ଅଟେ । କେତେକ ପ୍ରକାରର ମଞ୍ଜି ଶରୀରକୁ ସୁସ୍ଥ କରି ତ୍ୱଚାକୁ ଉଜ୍ଜ୍ବଳ ଏବଂ ସୁନ୍ଦର କରିବା ପାଇଁ ମଧ୍ୟ କାମ କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ମଞ୍ଜି ବିଷୟରେ…
ଚିଆ ମଞ୍ଜି- ଚିଆ ମଞ୍ଜିରେ ପ୍ରଚୁର ପରିମାଣର ଓମେଗା ୩ ଫ୍ୟାଟି ଏସିଡ୍ ପ୍ରଚୁର ମାତ୍ରାରେ ମିଳିଥାଏ । ପ୍ରତିଦିନ ଚିଆ ମଞ୍ଜି ଖାଇବା ଦ୍ୱାରା ହାଇଡ୍ରେସନ୍ ବଢିଥାଏ ଯାହା ତ୍ୱଚାକୁ ସଫା, ନରମ ଏବଂ ଉଜ୍ଜ୍ବଳ କରିଥାଏ । ଚିଆ ମଞ୍ଜି ମୁହଁରେ କୁଞ୍ଚନ ପଡିବାକୁ ରୋକିଥାଏ ଏବଂ ଆଣ୍ଟି ଏଜିଂର କାମ ମଧ୍ୟ କରିଥାଏ ।ଫ୍ଲାକ୍ସ ମଞ୍ଜି- ଫ୍ଲାକ୍ସ ମଞ୍ଜି ହରମୋନ୍ କୁ ସନ୍ତୁଳିତ କରିବାରେ ଉପଯୋଗୀ ହୋଇଥାଏ । ଫ୍ଲାକ୍ସ ମଞ୍ଜି ମୁହଁରୁ ବ୍ରଣକୁ ଦୂର କରିଥାଏ । ଏହାର ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ତ୍ୱଚାର ସୃଜନକୁ କମାଇଥାଏ । ଏହା ହଜମ ପ୍ରକ୍ରିୟାକୁ ଠିକ୍ କରିବାରେ ଲାଭଦାୟକ ହୋଇଥାଏ । ଏହା ଶରୀରକୁ ଭିତରୁ ସଫା କରିଥାଏ ଏବଂ ତ୍ୱଚାକୁ ସୁସ୍ଥ କରିଥାଏ ।
ସୂର୍ଯ୍ୟମୁଖୀ ମଞ୍ଜି- ସୂର୍ଯ୍ୟମୁଖୀ ମଞ୍ଜିରେ ଜିଙ୍କ୍, ଭିଟାମିନ୍-ଏ, ବି-୧ ଏବଂ ଇ ରହିଥାଏ । ଏହା ବ୍ୟତୀତ ଏଥିରେ ବହୁ ପରିମାଣର ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଫ୍ରି ରେଡିକଲ୍ସ ସହିତ ଲଢିବା ପାଇଁ ସାହାଯ୍ୟ କରିଥାଏ । ଏହା ତ୍ୱଚାକୁ ଉଜ୍ଜ୍ବଳ କରିଥାଏ । ତ୍ୱଚାରେ କଳା ଦାଗ ହଟାଇବାରେ ସୂର୍ଯ୍ୟମୁଖୀ ମଞ୍ଜି ମଧ୍ୟ ବହୁତ ଲାଭଦାୟକ ଅଟେ ।