ଦୁର୍ଘଟଣାରାଜ୍ୟ

ଟାଟା କାରଖାନାରେ ଲିଫ୍ଟରେ ଚାପିହୋଇ ଶ୍ରମିକ ମୃତ

ସତ୍ୟଶିଖା(ଭୁବନେଶ୍ୱର ) ୨୬.୦୮ .୨୦୨୧: ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାରେ ବଡ଼ ଦୁର୍ଘଟଣା । କାର୍ଯ୍ୟରତ ଶ୍ରମିକ ଲିଫ୍ଟରେ ଚାପିହୋଇ ମୃତ୍ୟୁ ହୋଇଛି । ତେବେ ମୃତ ଶ୍ରମିକଙ୍କ ନାମ ରାହୁଲ ପାଶ୍ୱନ ହୋଇଥିବାବେଳେ ତାଙ୍କ ବୟସ ୨୩ ବର୍ଷ ବୋଲି ଜଣାପଡିଛି ଏବଂ ତାଙ୍କ ଘର ଝାଡଖଣ୍ଡ ଅଞ୍ଚଳରେ ବୋଲି କଳିଙ୍ଗନଗର ପୋଲିସ ସୂଚନା ଦେଇଛି। ସୂଚନାନୁଯାୟୀ, ଶ୍ରମିକ ଜଣଙ୍କ ପେଲେଟ ପ୍ଲାଣ୍ଟ ସାଇଟରେ ନିଜେ କ୍ରେନ ଚଳାଇ ଲିଫ୍ଟରେ କାମ କରୁଥିଲେ ଏବଂ ଲିଫ୍ଟରେ ଥିବା ଏକ ଲୁହା ଏଙ୍ଗଲ ସଂସ୍ପର୍ଶରେ ଆସି ଚାପି ହୋଇ ରହି ଯାଇଥିଲେ । ଫଳରେ କ୍ରେନଟି ଅଟୋମେଟିକ ବନ୍ଦ ହୋଇଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଟାଟା ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ କାଳିଙ୍ଗନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାହୁଲଙ୍କ ମୃତଦେହ ଜବତକରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ମେଡିକାଲକୁ ପଠାଇଛି । ଘଟଣାର ସତ୍ୟାସତ୍ୟ ନିମନ୍ତେ ତଦନ୍ତ ଆରମ୍ଭ କରିଛି । ଟାଟା କର୍ତ୍ତୃପକ୍ଷ ଘଟଣାଟିକୁ ଚପାଇ ଦେବା ପାଇଁ ସତର୍କ ଅବଲମ୍ବନ କରି ଶ୍ରମିକ ଉତେଜନା ପାଇ ବା ପୂର୍ଵରୁ କାରଖାନାର ଗଟକୁ କାହାରିକୁ ଛାଡିବା ପାଇଁ ଅନୁମତି ଦେଇ ନଥିଲେ ।

Show More
Back to top button