ଏହି ୧୦ଟି ଜିନିଷରେ ଲୁଚି ରହିଛି ପ୍ରୋଟିନ୍-ଫାଇବର୍ : ପ୍ରତିଦିନ ଖାଆନ୍ତୁ ସକାଳ ଜଳଖିଆରେ l

ସତ୍ୟଶିଖା ୧୧ .୦୯.୨୦୨୦ :  ସକାଳ ଖାଦ୍ୟରେ ଅସ୍ଵlସ୍ଥ୍ୟକର ଖାଦ୍ୟ ଖାଇବା ବଦଳରେ ଜଳଖିଆରେ କିଛି ନଖାଇବା ଆହୁରି ଭଲ । ସ୍ଵlସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜଳଖିଆରେ ଡାଇଟ୍ ବାଲାନ୍ସ ରଖିବା ଦ୍ୱାରା କେବଳ ଶରୀରକୁ ଶକ୍ତି ମିଳିନଥାଏ ବରଂ ଏହା ପୂରା ଦିନର ଭୋକକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ । ଆସନ୍ତୁ ଜାଣିବା ୧୦ଟି ଉପଯୁକ୍ତ ଜଳଖିଆ ବିଷୟରେ…

୧.ଅଣ୍ଡା : ଅଣ୍ଡାକୁ ପ୍ରୋଟିନ୍ ର ରାଜା କୁହାଯାଏ । କମ୍ କ୍ୟାଲୋରୀ ଯୁକ୍ତ ଅଣ୍ଡା ଦ୍ୱାରା ଶରୀରକୁ କେବଳ ପର୍ଯ୍ୟାପ୍ତ ପ୍ରୋଟିନ୍ ମିଳିନଥାଏ ବରଂ ଏଥିରୁ ରକ୍ତରେ ଶର୍କରାର ମାତ୍ରା ଏବଂ ଇନସୁଲିନ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଅଣ୍ଡାର ଧଳା ଭାଗରେ ପ୍ରୋଟିନ୍ ହୋଇଥାଏ ଏବଂ ଭିତରର ହଳଦିଆ ଭାଗରେ ଲ୍ୟୁଟିନ୍ ଏବଂ ଜିକ୍ସାନଥିନ ରହିଥାଏ । ଏହି ଆଣ୍ଟି ଅକ୍‌ସିଡାଣ୍ଟ ଆଖି ସହ ଜଡ଼ିତ ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ।

୨. ଦହି : ବଜାରରେ ଅନେକ ପ୍ରକାରର ଦହି ଉପଲବ୍ଧ ହୋଇଥାଏ । ଏଥିରେ ଗ୍ରୀକ୍ ୟୋଗର୍ଟ ସାଧାରଣ ଅଟେ । ଡାଇଟିସିଆନ ନିଜେ ଏହାକୁ ନେବାକୁ ପରାମର୍ଶ ଦେଇଥାନ୍ତି । ଏହି ୟୋଗର୍ଟ ବ୍ୟାୟାମ ପରେ ଶରୀରକୁ ଦୁଇ ଗୁଣ ମାତ୍ରାରେ ପ୍ରୋଟିନ୍ ଦେଇଥାଏ । ଏହା ବ୍ରେଷ୍ଟ କ୍ୟାନସର ଆଶଙ୍କାକୁ ମଧ୍ୟ କମ୍ କରିଥାଏ ।

୩. କଫି : କଫିରେ ଥିବା ହାଇ କ୍ୟାଫିନକୁ ମନୁଷ୍ୟର ମାନସିକ ସ୍ଵlସ୍ଥ୍ୟ ପାଇଁ ଭଲ କୁହାଯାଇଥାଏ । ଓଜନ କମ୍ କରିବାଠୁ ନେଇ ମେଟାବଲିଜମ ସିଷ୍ଟମକୁ ସୁସ୍ଥ ରଖିବା ପାଇଁ କଫି ଉପଯୁକ୍ତ ହୋଇଥାଏ । ପ୍ରତିଦିନ ୩୮ରୁ ୪୦୦ଗ୍ରାମ୍ କଫି ସେବନ କରିବା ଦ୍ୱାରା କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥାଏ । ଏହା ଦ୍ୱାରା ମଧୁମେହ ନିୟନ୍ତ୍ରଣ,ପେଟ ସମସ୍ୟା ପାଇଁ କଫି ଲାଭଦାୟକ ହୋଇଥାଏ ।

୪.ଓଟସମିଲ୍ : ଜଳଖିଆ ପାଇଁ ଓଟସମିଲ୍ ଏକ ଉପଯୁକ୍ତ ଖାଦ୍ୟ। ଫାଇବରରେ ଭରପୂର ଓଟସମିଲ୍ ଶରୀରରେ କୋଲେଷ୍ଟୋଲର ମାତ୍ରା କମ୍ କରିଥାଏ । ଏଥି​‌ରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ହୃଦୟ ପାଇଁ ଉପଯୁକ୍ତ ଅଟେ ଏବଂ ରକ୍ତଚାପର ଆଶଙ୍କାକୁ ମଧ୍ୟ କମ୍ କରିଥାଏ ।

୫. ଚିଆ ମଞ୍ଜି : ପୋଷକ ତତ୍ୱରେ ଭରପୂର ଚିଆ ମଞ୍ଜି ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ୧୦୦ଗ୍ରାମ୍ ଚିଆ ମଞ୍ଜିରେ ୪୮୬କିଲୋ କ୍ୟାଲୋରୀ ରହିଥାଏ । ଏହା ବ୍ୟତୀତ ଏଥିରେ ୪୨.୧ଗ୍ରାମ୍ କାର୍ବୋହାଇଡ୍ରେଟ୍ ଏବଂ ୩୪.୪ଗ୍ରାମ୍ ଫାଇବର ଥାଏ ।

୬. କୋଳି : ସ୍ଵlଦିଷ୍ଟ ଏବଂ ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର ବିଭିନ୍ନ ପ୍ରକାରର କୋଳି ରହିଥାଏ । ନିଜ ସକାଳ ଜଳଖିଆରେ ବ୍ଲୁବେରି,ରାସ୍ପବେରି,ଷ୍ଟ୍ରବେରି ଏବଂ ବ୍ଲାକବେରି ସାମିଲ କରି ପାରିବେ । ଅନ୍ୟ ଫଳ ତୁଳନାରେ ଏଥିରେ ଅନେକ କମ୍ ସୁଗାର ରହିଥାଏ ଏବଂ ଫାଇବରର ମାତ୍ରା ଅଧିକ ରହିଥାଏ । ଏଥିରେ ଥିବା ଏନ୍ଥୋସାୟାନିନ ଆଣ୍ଟି ଅକ୍ସିଡାଣ୍ଟ ହୃଦୟର ସ୍ଵlସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ।

୭. ଡ୍ରାଇ ଫୃଟସ୍ : ସକାଳ ଜଳଖିଆରେଡ୍ରାଇ ଫୃଟସ୍ ଖାଇବା ଉଚିତ୍ । ଏଥି​‌ରେ ମ୍ୟାଗ୍ନେସିୟମ,ପୋଟାସିୟମ ଏବଂ ହୃଦୟର ସ୍ଵlସ୍ଥ୍ୟ ପାଇଁ ଜରୁରୀ ମୋନୋଅନସ୍ୟାଚୁରେଟେଡ ଫ୍ୟାଟ୍ ବହୁତ ଅଧିକ ରହିଥାଏ । ଆପଣଙ୍କୁ ଓର୍ଗାନିକ୍ ବାଦାମ କିଣିବା ଉଚିତ୍ ।

୮. ଗ୍ରୀନ୍ ଟି : ଗ୍ରିନ୍ ଟିକୁ ବିଶ୍ୱର ସବୁଠୁ ସ୍ଵlସ୍ଥ୍ୟକର ପାନୀୟ ବୋଲି କୁହାଯାଇଛି । ଏହା କେବଳ ଆପଣଙ୍କ ମେଟାବଲିଜମ ସିଷ୍ଟମକୁ ଉନ୍ନତ କରିନଥାଏ ବରଂ ଓଜନ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ । ଗ୍ରିନ୍ ଟି ଶରୀରରେ ଶର୍କରା ସ୍ତର ଏବଂ ଇନସୁଲିନ୍ ସ୍ତର ନିୟନ୍ତ୍ରଣରେ ରଖିଥାଏ ।

୯. ପ୍ରୋଟିନ୍ ସେକ୍ : ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିନର ଆରମ୍ଭ ପ୍ରୋଟିନ୍ ସେକରୁ କରିବା ଉଚିତ୍ । ଆପଣ ହ୍ବେ,ଅଣ୍ଡା,ସୋୟା କିମ୍ବା ମଟରର ପ୍ରୋଟିନ୍ ନେଇ ପାରନ୍ତି । ଏଗୁଡ଼ିକ ମଧ୍ୟରେ ହ୍ବେ ପ୍ରୋଟିନକୁ ସବୁଠୁ ଭଲ ବୋଲି କୁହାଯାଇଥାଏ । ଏହାର ଅନେକ ଫାଇଦା ମଧ୍ୟ କୁହାଯାଇଛି । ଏହା ଭୋକକୁ ନିୟନ୍ତ୍ରଣ କରିବା ସହ ମାଂସପେଶୀକୁ ମଜବୁତ କରିଥାଏ ।

୧୦. ଫଳ : ଜଳଖିଆରେ ଯେକୌଣସି ଫଳ ଖାଇବା ନିହାତି ଜରୁରୀ । ସବୁ ପ୍ରକାରର ଫଳ ଭିଟାମିନ୍,ପୋଟାସିୟମ,ଫାଇବର ଏବଂ ଲୋ କ୍ୟାଲୋରୀ ଯୁକ୍ତ ହୋଇଥାଏ । ଯଦି ଆପଣଙ୍କ ଶରୀରରେ ଭିଟାମିନ୍ ସିର ଅଭାବ ରହିଛି ତେବେ ଆପଣଙ୍କୁ ସକାଳେ ଫଳ ନିଶ୍ଚୟ ଖାଇବା ଉଚିତ୍ । ଫଳ ଶରୀରରେ ପାଣିର ଅଭାବକୁ ପୂରା କରି ଡିହାଇଡ୍ରେସନ ସମସ୍ୟା ହେବାକୁ ଦେଇନଥାଏ ।

Exit mobile version