ସତ୍ୟଶିଖା (ଭୁବନେଶ୍ୱର) ୦୧/୧୨/୨୦୨୦ : ପୁଣ୍ୟମାସ ସରିଲା । ମଙ୍ଗଳବାର ଅର୍ଥାତ ଆଜି ଛାଡ଼ଖାଇ । ଅନେକଙ୍କ ପାଇଁ ଏହି ବାର ପାଣିଚିଆ ହୋଇଛି । ତଥାପି ବାରକୁ ଖାତିର ନକରି ଛାଡ଼ଖାଇରେ ଆମିଷ ଖାଇବାକୁ ଅନେକ ଟାକି ବସିଛନ୍ତି । ଏନେଇ ବ୍ୟବସାୟୀ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି ।
୪ନଂ ହାଟରେ ଆମିଷ ବେପାର ବେଶ୍ ଜମିବ ବୋଲି ବ୍ୟବସାୟୀ ଆଶା ବାନ୍ଧିଛନ୍ତି । ୨୦ଟି ମାଂସ ଦୋକାନ ଆଗରେ ଖାସି ବନ୍ଧା ସରିଥିବାବେଳେ ଚିକେନ ଦୋକାନୀ ବଏଲର, ଦେଶୀ ଓ ବନରାଜ କୁକୁଡ଼ା ବିଭିନ୍ନ ଫାର୍ମରୁ ମଗାଇ ମହଜୁଦ ରଖିଛନ୍ତି । ମାଛଗଦି ବାଲା ଆନ୍ଧ୍ର, ବାଲୁଗାଁ, ପାରାଦୀପ ଓ ଧାମରା ଅଞ୍ଚଳରୁ ପ୍ରାୟ ୧୮ଟନ୍ ମାଛ ମଗାଇଛନ୍ତି । ବଜାରରେ ଦେଶୀ ମାଛର ଚାହିଦାକୁ ଆଖିରେ ରଖି ଦରଧାର୍ଯ୍ୟ ହେବ ବୋଲି ବ୍ୟବସାୟୀ ସଂଘର ସମ୍ପାଦକ ସମସେର ଅଲ୍ଲୀ କହିଛନ୍ତି ।
ଆଜି ଛାଡ଼, ଆମିଷ ବଜାରରେ ହେବ ଭିଡ଼
