ରୂପସଜ୍ଜା

ୱାର୍କଆଉଟ୍ ପାଇଁ ପାଉ ନାହାଁନ୍ତି ସମୟ

ସତ୍ୟଶିଖା ( ନୂଆଦିଲ୍ଲୀ ) ୦୮ /୦୯ /୨୦୨୧:  ଓଜନ ବୃଦ୍ଧି ଏବଂ ଅତ୍ୟଧିକ ମୋଟାପଣ ଆଜିକାଲି ସମସ୍ତଙ୍କ ପାଇଁ ସମସ୍ୟା ପାଲଟିଛି। ମୋଟାପଣ କେବଳ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇନଥାଏ, ବରଂ ଏହା ଉଚ୍ଚ ରକ୍ତଚାପ, ହୃଦ ରୋଗ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ ପରି ଅନେକ ଗୁରୁତର ରୋଗକୁ ବଢାଇଥାଏ । ତେଣୁ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମୋଟାପଣରୁ ମୁକ୍ତି ପାଇବା ପାଇଁ ଭଲ ଖାଦ୍ୟ ଏବଂ ପାନୀୟ ସହିତ ବ୍ୟାୟାମ କରିବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ ଯଦି ଆପଣ ବ୍ୟାୟାମ ପାଇଁ ସମୟ ପାଇ ପାରୁ ନାହାଁନ୍ତି ତେବେ ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ଏହି ୪ଟି ପାନୀୟକୁ ଅନ୍ତର୍ଭୁକ୍ତ କରନ୍ତୁ।

ଶୀଘ୍ର ଓଜନ ହ୍ରାସ ପାଇଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୪ଟି ଡ୍ରୀଙ୍କ୍ :

କାକୁଡି ଏବଂ ଲାଉ ଜୁସ୍:

ଉଭୟ କାକୁଡି ଏବଂ ଲାଉରେ କ୍ୟାଲୋରୀ ଖୁବ୍ କମ୍ ଏବଂ ଫାଇବର ଅଧିକ ମାତ୍ରାରେ ରହିଥାଏ । କାକୁଡିରେ ୯୦ ପ୍ରତିଶତ ଜଳ ଥାଏ। ଏହା ଚର୍ବିକୁ ହ୍ରାସ କରିଥାଏ। ସେହିପରି ଲାଉ ଜୁସ୍‌ରେ ଆଣ୍ଟି-ଓବେସିଟି ଗୁଣ ରହିଥାଏ, ଯାହା ମୋଟାପଣ ହ୍ରାସ କରିବାର ସହାୟକ ହୋଇଥାଏ ।

ସୋୟା ମିଲ୍କ:

ସୋୟା କ୍ଷୀରରେ ଥିବା ଆଲକାଲଏଡ ନାମକ ଉପାଦାନ ଜଙ୍ଘରେ ଥିବା ଚର୍ବିକୁ ଶୀଘ୍ର ହ୍ରାସ କରିବାରେ ସହାୟକ ହୋଇଥାଏ। ତେଣୁ ଯେଉଁମାନେ ଓଜନ ହ୍ରାସ କରିବାକୁ ଇଚ୍ଛା କରନ୍ତି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ।

ହଳଦୀ ଡ୍ରିଙ୍କ୍:

ହଳଦୀରେ ଉପସ୍ଥିତ କର୍କୁମିନ୍ ନାମକ ଏକ ଉପାଦାନ ମେଦବହୁଳତା ହ୍ରାସ କରିବାରେ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଯଦି ଆପଣ ମଧ୍ୟ ପେଟର ଚର୍ବି କିମ୍ବା ଶୀଘ୍ର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ହଳଦୀକୁ ନିୟମିତ ପାଣିରେ ଫୁଟାଇ ପିଇବା ଉଚିତ୍।

ଅଦା ଚା’ :

ଅଦାକୁ ପାଣିରେ ଫୁଟାନ୍ତୁ ଏବଂ ଏଥିରେ ଅଳ୍ପ ବୁନ୍ଦା ଲେମ୍ବୁ ମିଶାଇ ପିଅନ୍ତୁ, ଏହା ଓଜନ ହ୍ରାସ କରିଥାଏ। ଏହି ଡ୍ରିଙ୍କ୍‌କୁ ଦିନକୁ ଦୁଇ ତିନି ଥର ପିଇବା ଦ୍ୱାରା ଶୀଘ୍ର ଓଜନ ହ୍ରାସ ହୋଇଥାଏ। ଏକ ଅନୁସନ୍ଧାନ ଅନୁଯାୟୀ, ଯେଉଁମାନେ ପ୍ରତିଦିନ ଅଦା ଖାଉଛନ୍ତି, ସେମାନଙ୍କ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ, ଯାହା ଭୋକକୁ ହ୍ରାସ କରିଥାଏ | ଏଥିରେ ଥିବା ଉପାଦାନ ମଧ୍ୟ ରକ୍ତରେ ଶର୍କରା ସ୍ତରକୁ ସ୍ଥିର ରଖେ |

Show More
Back to top button