ସତ୍ୟଶିଖା (କଟକ) ୦୨/୧୨/୨୦୨୦ : ରାଜ୍ୟରେ ଥିବା ଘରୋଇ ସ୍କୁଲଗୁଡିକ କେତେ ମାତ୍ରାରେ ଫି’ ଆଦାୟ କରିପାରିବେ, ସେସବୁକୁ ନିର୍ଦ୍ଧାରଣ କରିବା ଭଳି ଆଇନ ରାଜ୍ୟରେ ନାହିଁ । ବୁଧବାର ସତ୍ୟପାଠ ଜରିଆରେ ହାଇକୋର୍ଟରେ ଏଭଳି ତଥ୍ୟ ରଖିଛନ୍ତି ସରକାର । ତେବେ ଆଇନ କାହିଁକି ନାହିଁ, ସେନେଇ ଆଡଭୋକେଟ ଜେନେରାଲଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛନ୍ତି ।
ଆସନ୍ତା ସୋମବାର ମାମଲାର ପୁନଃ ଶୁଣାଣି କରିବା ପାଇଁ ବୁଧବାର ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ସ୍କୁଲ ଫି ହ୍ରାସ କରିବା ନେଇ ହାଇକୋର୍ଟରେ ଯେଉଁ ମାମଲାର ଶୁଣାଣି ଚାଲିଛି, ତା ଉପରେ ରାଜ୍ୟ ସରକାରଙ୍କଠୁ ସ୍ପଷ୍ଟୀକରଣ ଲୋଡିଥିଲେ ହାଇକୋର୍ଟ । ତେବେ ସରକାର ସେନେଇ ତଥ୍ୟ ଦେବାପରେ, ଆବେଦନକାରୀ ଏହା ଉପରେ ପ୍ରତି ଜବାବ ଦାଖଲ କରିବେ ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ ।