ସତ୍ୟଶିଖା : ୧୮/୦୨/୨୦୨୫ : IAS ବିଷ୍ଣୁପଦ ସେଠୀଙ୍କ ଘରେ CBI ରେଡ । CBI ର ୮ ଜଣିଆ ଟିମ ରେଡ କରୁଥୁବା ସୂଚନା ରହିଛି । ସରକାରୀ କ୍ଵାଟରରେ ପହଂଚି CBI ର ଟିମ ଛାନବିନ କରୁଛନ୍ତି । ସକାଳ ୭ଟାରୁ ଚାଲିଛି ମାରାଥନ୍ ରେଡ୍ । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀକୁ ଅନୁକମ୍ପା ଦେଖାଇଥିଲେ ବିଷ୍ଣୁପଦ । ସରକାରୀ କ୍ଵାଟରରେ ପହଞ୍ଚି ତନାଘନା ଜାରି ରଖିଛି CBI ଟିମ।
ପୂର୍ବରୁ ଏକ ଦୁର୍ନୀତି ମାମଲାରେ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିଥିଲା । ଏଥିସହ ତାଙ୍କ 3 ଡ୍ରାଇଭରଙ୍କୁ ମଧ୍ୟ ସମନ କରିଥିଲା ସିବିଆଇ । ଆଜି ସକାଳୁ ପୁଣିଥରେ CBI ର ୮ ଜଣିଆ ଟିମ IAS ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍ କରିଛି।