ନ୍ୟୁଜ୍
ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି ।


ସତ୍ୟଶିଖା ୧୦/୦୭/୨୦୨୫: ଶ୍ରୀମନ୍ଦିର ଭିତର ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍ୱେତାଂଶୁ ମହାପାତ୍ର ନାମକ ଜଣେ ଏହି ଦୁଇ ଫଟୋକୁ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଷ୍ଟାଟସ ଦେଇଥିଲେ । ନୀଳାଦ୍ରିବିଜେ ଦିନ ଏହି ଦୁଇ ଫଟୋ ଉଠାଯାଇଥିବା ଅନୁମାନ କରାଯାଇଛି । ତେବେ କିପରି ଓ କେମିତି ଏହି ଫଟୋ ଉଠିଛି । ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
ସେପଟେ ବୁଧବାର ଦିନ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ୪ ଜଣ ଅମାନିଆ ଶ୍ରୀମନ୍ଦିର ବାହାର ଥିବା ଏକ ଅଳିଆ ଗଦା ନେଇ ମେଘନାଦ ପାଚେରୀ ଡେଇଁ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଯାହାପରେ ପୁରୀ ପ୍ରଶାସନ ପକ୍ଷରୁ ଆକ୍ସନ ନିଆଯାଇଛି । ତେବେ ଗୋଟିଏ ଘଟଣାକୁ କିଛି ଘଣ୍ଟା ନପୂରୁଣୁ ଆଉ ଏକ ଘଟଣା । ବାରମ୍ବାର ଶ୍ରୀମନ୍ଦିରର ସୁରକ୍ଷାରେ ତ୍ରୁଟି ଦେଖାଦେଇଛି ।