ଦେଶରାଜ୍ୟ

ଆଜି ଆସୁଛନ୍ତି ରାଷ୍ଟ୍ରପତି

ସତ୍ୟଶିଖା,(ଭୁବନେଶ୍ୱର) ୨୦.୦୩ .୨୦୨୧ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ୨୧ ତାରିଖ ଦିନ ସକାଳେ ରାଉରକେଲା ଯାଇ ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ଶ୍ରୀ କୋବିନ୍ଦ ଯୋଗଦେବେ। ପରେ ସେଠାରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଥିବା ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଲୋକାର୍ପଣ କରିବେ। ୨୨ ତାରିଖରେ ଇଣ୍ଡିଆ ଅଏଲ ଫାଉଣ୍ଡେସନ୍‌ ଟ୍ରଷ୍ଟର କୋଣାର୍କଠାରେ ଥିବା ଇଣ୍ଟରପ୍ରିଟେସନ୍‌ ସେଣ୍ଟରକୁ ପରିଦର୍ଶନ କରିବେ। ସେହିଦିନ ଭୁବନେଶ୍ୱର ଆସି ନୂଆଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି।

Show More
Back to top button