ଅଗଷ୍ଟ ପହିଲା ରୁ ୟୁପିଆଇ ନିୟମରେ ୭ଟି ବଡ଼ ପରିବର୍ତ୍ତନ ହୋଇଛି ।

ସତ୍ୟଶିଖା ୦୧/୦୮/୨୦୨୫: ଏବେ ୟୁଜର ଦିନକରେ ନିଜ ୟୁପିଆଇ ଆପ୍‌ ଜରିଆରେ ମାତ୍ର ୫୦ ଥର ବାଲାନ୍ସ ଚେକ୍‌ କରିପାରିବେ । ବାରମ୍ବାର ବାଲାନ୍ସ ଚେକ୍‌ କରିବା ଦ୍ୱାରା ସର୍ଭର ଉପରେ ଚାପ ପଡ଼ିଥାଏ, ଯାହାଦ୍ୱାରା ଟ୍ରାଞ୍ଜାକ୍‌ସନ ଧୀମା ହୋଇଯାଏ । ଦେଣନେଣ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ବାୟୋମେଟ୍ରିକ୍‌ରେ ହେବ ୟୁପିଆଇ ପେମେଣ୍ଟ୍‌ । ବ୍ୟବହାରକାରୀମାନେ ନିଜ ଫିଙ୍ଗରପ୍ରିଣ୍ଟ୍‌ କିମ୍ବା ମୁଖମଣ୍ଡଳର ଫଟୋ ଭଳି ବାୟୋମେଟ୍ରିକ୍ ତଥ୍ୟ ଜରିଆରେ ପେମେଣ୍ଟ୍‌ କରିପାରିବେ। ଏବେ ୟୁପିଆଇ ପେମେଣ୍ଟ୍‌ ଲାଗି ବ୍ୟବହାରକାରୀମାନଙ୍କୁ ଗୁପ୍ତ ନମ୍ବର ବା ପିନ୍ ଦାଖଲ କରିବାକୁ ପଡ଼ୁଛି।

ଆଗାମୀ ଦିନରେ ତାହା ଏକ ଅତିରିକ୍ତ ବିକଳ୍ପକୁ ପରବର୍ତ୍ତନ ହେବ । ଯେଉଁମାନେ ଚାହିବେ, ସେମାନେ ପିନ୍ ବ୍ୟବହାର କରିପାରିବେ। ସବୁଠାରୁ ବଡ଼ କଥା ହେଉଛି ଫୋନ୍‌ପେ, ଗୁଗଲ୍‌ପେ ଭଳି ଆପ୍ ଜରିଆରେ ଲୋକମାନେ କରୁଥିବା ୟୁପିଆଇ କାରବାର ଉପରେ ଜିଏସ୍‌ଟି ଲାଗିବ ନାହିଁ । ୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ କାରବାର ଉପରେ ଜିଏସ୍‌ଟି ଲଗାଇବାର କୌଣସି ଯୋଜନା ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଭାରତରେ ପ୍ରତି ମାସ ୟୁପିଆଇ ମାଧ୍ୟମରେ ୧୬୦୦ କୋଟିରୁ ଊଦ୍ଧ୍ୱର୍ ଟ୍ରାଞ୍ଜାକ୍‌ସନ ହୋଇଥାଏ ।

Exit mobile version