ନ୍ୟୁଜ୍ରାଜ୍ୟ

ଏମ୍‌କେସିଜିରୁ ୭ ଡାକ୍ତରଙ୍କ ବଦଳି

ସତ୍ୟଶିଖା( ଭୁବନେଶ୍ୱର )୦୮.୦୪.୨୦୨୨ : : ଦୀର୍ଘ ସମୟ ଧରି ଏମ୍‌କେସିଜିରେ ଡାକ୍ତରଙ୍କ ଅଭାବ ସମସ୍ୟା ଲାଗି ରହିଥିବା ବେଳେ ସମ୍ପ୍ରତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏଠାକାର ସମସ୍ୟାକୁ ଦ୍ୱିଗୁଣିତ କରିଛି । ପୁଣି ଥରେ ଏଠାରୁ ବିଭିନ୍ନ ବିଭାଗର ୭ ଜଣ ଡାକ୍ତରଙ୍କ ବଦଳି ହୋଇଛି । ଏହା ବଦଳରେ ଏଠାକୁ ଅନ୍ୟ କେତେ ଡାକ୍ତର ବଦଳି କରିଛନ୍ତି ସେ ନେଇ ସୂଚନା ଉପଲବ୍ଧ ହୋଇନଥିବା ବେଳେ ଏଠାରୁ ବହୁ ଗୁରୁତ୍ୱପୁର୍ଣ୍ଣର୍ ବିଭାଗରେ ଡାକ୍ତରଙ୍କ ଅଭାବ ସୃଷ୍ଟି ହେବା ଥୟ ବୋଲି ଜଣାପଡ଼ିଛି । ପ୍ରାପ୍ତ ସୁଚନା ଅନୁଯାୟୀ ଏଠାକାର ଆନାଟୋମି ବିଭାଗର ଡାକ୍ତର ଗୋପବନ୍ଧୁ ମିଶ୍ରଙ୍କୁ ସରକାରୀ ମେଡିକାଲ କଲେଜ କେନ୍ଦୁଝରକୁ ବଦଳି ହୋଇଛି । ସେହିଭଳି ଫାର୍ମାକୋଲଜି ବିଭାଗର ଡାକ୍ତର ରାଜେନ୍ଦ୍ର ପଣ୍ଡାଙ୍କୁ କେନ୍ଦୁଝର, ମାଇକ୍ରୋବାୟୋଲଜି ବିଭାଗର ଡାକ୍ତର ଏମଭି ନରସିଂହଙ୍କୁ ସୁନ୍ଦରଗଡ଼ ସ୍ଥିତ ସରକାରୀ ମେଡିକାଲ କଲେଜ, ଜେନେରାଲ ମେଡ଼ିସିନ ବିଭାଗର ସହଯୋଗୀ ପ୍ରଫେସର ଶୁଭେନ୍ଦୁ ଆଚାର୍ଯ୍ୟଙ୍କୁ କେନ୍ଦୁଝରକୁ, ସ୍କିନ୍ ଆଣ୍ଡ ଭିଡି ବିଭାଗର ସୁରଜିତ ନାୟକଙ୍କୁ ସୁନ୍ଦରଗଡ଼କୁ, ଜେନେରାଲ ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ତାପସ ରାଉତ, ଏବଂ ଡାକ୍ତର ରାଜେନ୍ଦ୍ର ଦୋରାଙ୍କୁ ମଧ୍ୟ କେନ୍ଦୁଝର ସରକାରୀ ମେଡିକାଲ କଲେଜକୁ ବଦଳି ହୋଇଥିବା ଜଣାପଡ଼ିଛି । ସୁଚନା ଯୋଗ୍ୟ ଯେ ଗତ ମାର୍ଚ୍ଚ ମାସରେ ଏମ୍‌କେସଜିିରୁ ବିଭିନ୍ନ ବିଭାଗରୁ ୧୩ ଜଣ ଡାକ୍ତରଙ୍କୁ ଏଠାରୁ ବଦିଳି କରାଯାଇଛି । କିନ୍ତୁ ତାହା ବଦଳରେ କେବଳ ଚାରି ଜଣ ଏଠାକୁ ଆସିଥିଲେ । ଏଭଳି ସ୍ଥିତିରେ ଏଠାରେ ରୋଗୀ ଚିକିତ୍ସା ନିଶ୍ଚିତ ଭାବେ ପ୍ରଭାବିତ ହେବ ବେଳି ବୁଦ୍ଧିଜୀବୀ ମହଳରେ ଅଭିଯୋଗ ହୋଇଛି ।

Show More
Back to top button