ମାସିକ ଧର୍ମରେ ବିଳମ୍ବ କିମ୍ବା ଅନିୟମିତତାର ହୋଇପାରେ ଅନେକ କାରଣ : ଭୁଲରେ ମଧ୍ୟ କରନ୍ତୁନି ଅଣଦେଖା l


ସତ୍ୟଶିଖା ( ଭୁବନେଶ୍ୱର ) ୨୩ . ୦୮.୨୦୨୦ : ମାସିକ ଧର୍ମ ମହିଳାମାନଙ୍କ ସ୍ୱାଭାବିକ ପ୍ରକ୍ରିୟା | ନିୟମିତ ମାସିକ ଧର୍ମ ସଂକେତ ଦେଇଥାଏ ଯେ ଶରୀରର ମହତ୍ଵପୁର୍ଣ ଅଙ୍ଗ ଠିକ କାମ କରୁଛି | ସମାନ ଅନ୍ତରାଳରେ ମାସିକ ଋତୁସ୍ରାବ ହେବା ସ୍ୱାଭାବିକ ବୋଲି କୁହାଯାଏ | ହର୍ମୋନ ସ୍ଥର ବଢିବା ଓ କମିବା ମାସିକ ଋତୁଚକ୍ରକୁ ନିୟନ୍ତ୍ରଣ କରିଥାଏ |
ଡାକ୍ତରଙ୍କ କହିବାନୁଯାୟୀ, ମାସିକ ଧର୍ମରେ ଅନିୟମିତତା ଚିନ୍ତାଜନକ ନୁହେଁ | ଏହାର କିଛି କାରଣ ହୋଇଥାଇପାରେ | ଏ ସମ୍ପର୍କରେ ମହିଳାମାନେ ଜାଣିବା ଆବଶ୍ୟକ |
ଓଭାରି ଶିଷ୍ଟ – ଓଭାରି ଶିଷ୍ଟ ଅନିୟମିତ ମାସିକ ଧର୍ମର ଏକ ବଡ କାରଣ | ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମ ପ୍ରଜନନ କ୍ଷମତା କମ ହେବାସହ ଜଡିତ | ଏଠାରେ ମହିଳାଙ୍କ ଶରୀର ପୁରୁଷ ହର୍ମୋନ ଉତ୍ପାଦନ ଆରମ୍ଭ କରିଥାଏ ଏବଂ ଏହାର ପରିଣାମ ସ୍ୱରୂପ ଅନିୟମିତ ଋତୁସ୍ରାବ ହୋଇଥାଏ | ଏହାର ଚିକିତ୍ସା କରାଇବା ଜରୁରୀ | ଅସାମାନ୍ୟ କିମ୍ବା ଅଧିକ ସମୟ ଯାଏଁ ମାସିକ ଧର୍ମ ନ ହେଲେ ମୁହଁରେ ଏବଂ ଶରୀରରେ ଅତ୍ୟଧିକ ଚୁଟି ବିକାଶ ହୋଇଥାଏ, ଓଜନ ବଢିଥାଏ, ମୁହଁରେ ବ୍ରଣ ହୋଇଥାଏ, ତ୍ୱଚା ତେଲିଆ ହୋଇଥାଏ | ଏହିସବୁ ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମର ଲକ୍ଷଣ |
ଅଧିକ ଚିନ୍ତା ବା ଅବସାଦ ମାସିକ ଧର୍ମ ଚକ୍ରକୁ ଅନିୟମିତ କରିଥାଏ | ଅବସାଦ ଯୋଗୁଁ ଶରୀରରେ ହର୍ମୋନ ପ୍ରଭାବିତ ହୋଇଥାଏ | ସେଥିପାଇଁ ଅବସାଦର ପରିଚାଳନା କରିବା ଆବଶ୍ୟକ | ଏହା ନକଲେ ମହିଳାଙ୍କୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ |
ଡାକ୍ତରଙ୍କ କହିବାନୁଯାୟୀ, ଅଧିକ ଓଜନ ବଢିବା ମହିଳାଙ୍କ ପାଇଁ ଅସ୍ୱାସ୍ଥ୍ୟକର | ଓଜନ ବଢିବା ଦ୍ୱାରା ଗର୍ଭ ଧାରଣରେ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ମାସିକ ଧର୍ମ ମଧ୍ୟ ଅନିୟମିତ ହୋଇଥାଏ | ଅତିରିକ୍ତ ଓଜନ କାରଣରୁ ହର୍ମୋନ ପ୍ରଭାବିତ ହୋଇଥାଏ | ଫଳରେ ମାସିକ ଋତୁସ୍ରାବ ବିଳମ୍ବ ହୋଇଥାଏ | ସେଥିପାଇଁ ନିଜକୁ ଫିଟ ରଖିବାକୁ ନିୟମିତ ବ୍ୟାୟାମ କରିବା ଉଚିତ |
ମହିଳା ବ୍ୟବହାର କରୁଥିବା ଗର୍ଭ ନିରୋଧକ ବଟିକା ମାସିକ ଋତୁଚକ୍ରକୁ ପ୍ରଭାବିତ କରିପାରନ୍ତି | ଏହି ବଟିକା ଅଣ୍ଡାସୟର ଅଣ୍ଡାକୁ ରିଲିଜ ହେବାରେ ରୋକିଥାଏ | ବେଳେବେଳେ ଆଣ୍ଟିଡେପ୍ରେସାଣ୍ଟର ସେବନ କରିବାରୁ ମାସିକ ଧର୍ମରେ ବିଳମ୍ବ ହୋଇଥାଏ | ଏହା ମଧ୍ୟ ଅନିୟମିତତାର କାରଣ ହୋଇପାରେ | କୌଣସି ସମସ୍ୟା ଥିଲେ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ | ବିଶେଷଜ୍ଞଙ୍କ ପରାମର୍ଶ ବିନା କୌଣସି ପଦକ୍ଷେପ ନିଅନ୍ତୁ ନାହିଁ |