ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ
ନଦୀରେ ପୋଲ ନାହିଁ, ଖଟିଆରେ ବୁହା ହେଲେ ପ୍ରସୂତୀ


ସତ୍ୟଶିଖା (କଳାହାଣ୍ଡି) ୨୨/୧୦/୨୦୨୦ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବଡପଡାର ଘଡେଇପେଟା ସାହିରୁ ମୁଖ୍ୟ ରାସ୍ତାକୁ ବଂଶଧାରା ନଦୀ ଯୋଗାଯୋଗ ବିଚ୍ଛିନ୍ନ କରୁଛି । ନଦୀରେ ପୋଲ ନ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇ ପାରୁନି । ଫଳରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ପ୍ରସୂତୀକୁ ୧ କି.ମି. ଖଟିଆରେ ବୁହା ହୋଇ ନଦୀ ପାରି ହେବାକୁ ପଡିଛି । ପ୍ରସ୍ତୁତୀ ମହିଳା ବାସନ୍ତି ହରିଜନ ଲାଞ୍ଜିଗଡ ହସ୍ପିଟାଲରେ ଶିଶୁ ପୁତ୍ର ଜନ୍ମ ଦେଇ ସୁସ୍ଥ ଅଛନ୍ତି । ଦୀର୍ଘ ଦିନ ହେବ ନଦୀରେ ପୋଲ ନିର୍ମାଣ ଦାବି କରାଯାଉଥିଲେ ବି ପ୍ରଶାସନ ଅଣଦେଖା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୨୦୧୮ ମସିହାରେ ଏହି ନଦୀରେ ଜଣେ ଭାସି ଯାଇ ମୃତ୍ୟୁ ହୋଇଥିଲା ।