ଶନିବାର ରାଶିଫଳ: କେମିତି କଟିବ ଆଜିର ଦିନଟି


ସତ୍ୟଶିଖା (ଭୁବନେଶ୍ୱର) ୧୪.୦୫.୨୦୨୨:
ମେଷ- ପାରିବାରିକ ଓ କର୍ମକ୍ଷେତ୍ର ସମସ୍ୟା ମୁକ୍ତ ରହିବ। ଯାତ୍ରା, ବ୍ୟବସାୟ, ବାଣିଜ୍ୟ, ପରିବହନ, ସଂଗଠନ,ରାଜନୀତି ପାଇଁ ବହୁତ ଭଲ। ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ, କିନ୍ତୁ ପାରିବେ ନାହିଁ। ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବ। ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୧।
ବୃଷ – ଭାଗ୍ୟସ୍ଥାନ ପ୍ରତି ଚନ୍ଦ୍ରଙ୍କ ଯୋଗୁ ଯେଉଁଥିରେ ହାତ ଦେବେ ସବୁ କିଛି ସହଜ ଓ ସୁବିଧାରେ ସମ୍ପନ୍ନ ହେବ । ସାମୂହିକ କାମରେ ବନ୍ଧୁଙ୍କ ପ୍ରଶଂସା ଆପଣଙ୍କୁ ଭାବବିଭୋର କରାଇବ । ପିଲାଙ୍କ ସ୍ୱାସ୍ଥ୍ୟ ସକାଶେ ଚିନ୍ତିତ ରହିବେ। ଶୁଭ ରଙ୍ଗ ହଳଦୀଆ । ଶୁଭ ଅଙ୍କ ୮ ।
ମିଥୁନ -ଅର୍ଥନୈତିକ ଅଭିବୃଦ୍ଧି ସହ ବୈଷୟିକ ସୁଖ ସମୃଦ୍ଧି ଜୀବନଯାତ୍ରାକୁ ସାବଲୀଳ କରାଇବ । ଟିକିଏ ହସ ମିଶ୍ରିତ ମଧୁର କଥା ସକାଶେ ଲକ୍ଷ୍ୟ ହୀନ ଭ୍ରମଣ ମଧ୍ୟ କରିପାରନ୍ତି । ସଭା ସମିତିରେ ବୁଦ୍ଧିଜୀବୀଙ୍କ ଦ୍ୱାରା ସମ୍ମାନିତ ହେବେ। ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।
କର୍କଟ– ଦୀର୍ଘ ଦିନର ଶତ୍ରୁତା ବିବାଦର କାରଣ ହୋଇପାରେ। ମାନସିକ ଶାନ୍ତି ପରିସ୍ଥିତି ଅନୁଯାୟୀ ଅନୁଭୂତ ହେବ । କର୍ମକ୍ଷେତ୍ରରେ ସ୍ୱଇଚ୍ଛାରେ ନିଜ ମୁଣ୍ଡ ଉପରକୁ ଦାୟିତ୍ୱ ନେଇ ପଶ୍ଚାତ୍ତାପ କରିବାକୁ ପଡିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ସିଂହ – ଦୂରଯାତ୍ରାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି। ଅଶ୍ଳେଷା ନକ୍ଷତ୍ରରେ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବାର ସୂଚନା ରହିଛି। ଦୈହିକ ଅସୁସ୍ଥତା ସାଙ୍ଗକୁ ପଦସ୍ଥବ୍ୟକ୍ତିଙ୍କ ସହ ବିବାଦ ସୃଷ୍ଟି କରିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।
କନ୍ୟା – ବିରୁଦ୍ଧାଚରଣ କରୁଥିବା ବ୍ୟକ୍ତିଟି ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି। କାମରେ ଉତ୍ସାହିତ ହୋଇପାରିବେ ନାହିଁ। ବନ୍ଧୁଙ୍କ ଗହଣରେ ସମୟ କଟାଇବେ କିନ୍ତୁ ଶେଷ ପର୍ଯ୍ୟାୟରେ ସମ୍ପର୍କ ହାନି ଘଟିବ । ଶୁଭ ରଙ୍ଗ ଲାଲ୍ ।ଶୁଭ ଅଙ୍କ ୬ ।
ତୁଳା- କର୍ମକ୍ଷେତ୍ରରେ ଚାଲାକ୍ କାମ କରି ନୂତନ ସମସ୍ୟାକୁ ମଧ୍ୟ ସୁଧାରି ନେବେ । ପୁରୁଣା ଗାଡିଟି ବିକ୍ରି ହୋଇଯିବା ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି। ଅପେକ୍ଷା କରିବାକୁ କହିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ ।ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
ବିଛା – ଅସୁବିଧାରେ ପ୍ରକାଶ ନ କରି ମନ ଭିତରେ ବାନ୍ଧି ରଖିଲେ ମାନସିକ କଷ୍ଟ ପାଇବେ। ଘର କାମରେ ମନ ଲାଗିବ ନାହିଁ। ଛୋଟ ଛୋଟ କଥାକୁ ନେଇ କଳହ ଲାଗିବ। ଅବଶ୍ୟ ରାଜନୈତିକ ସ୍ଥିତି ଓ ଆନୁଷ୍ଠାନିକ କାମରେ ପ୍ରଗତି ହେତୁ ଖୁସି ରହିବେ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯।
ଧନୁ – ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିଯିବ କିନ୍ତୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ । ଭାବାତ୍ମକ ବାତାବରଣର ଚନ୍ଦ୍ର ଚିନ୍ତାଶୀଳ ମାନସିକତା ସାଙ୍ଗକୁ ପ୍ରଗତିର ପଥରୋଧକ ହେବ । ସମ୍ପର୍କୀୟଙ୍କ ଭଲ କରିବାକୁ ଯାଇ ନିଜେ ହିଁ କ୍ଷତିରେ ପଡ଼ିବେ । ଶୁଭ ରଙ୍ଗ ହଳଦିଆ । ଶୁଭ ଅଙ୍କ ୪ ।
ମକର – ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ସାଲିସ କରି ଚଳିବା ଠିକ୍ ହେବ । ପାରିବାରିକ ଜୀବନ ସୁଖରେ କଟିବା ସହ ବୌଦ୍ଧିକ ବିକାଶରୁ ବୁଦ୍ଧିଜୀବୀଙ୍କ ପ୍ରଶଂସାଭାଜନ ହେବେ । ମାନସିକ ଅସ୍ଥିରତା କିମ୍ବା ଅସାବଧାନତା କାରଣରୁ ସମସ୍ୟାଗ୍ରସ୍ତ ହୋଇପାରନ୍ତି । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୭ ।
କୁମ୍ଭ – ବ୍ୟସ୍ତ ନ ହୋଇ ଆକସ୍ମିକ ପରିସ୍ଥିତିର ମୁକାବିଲା କରିପାରିଲେ, ଅବଶ୍ୟ ଉପକୃତ ହେବେ । ସ୍ୱାର୍ଥ ସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।
ମୀନ – ଶୁଭ ପ୍ରଭାବରୁ ପ୍ରତିବନ୍ଧକକୁ ସାମ୍ନା କରି ଆଶା ପୂରଣରେ ସଫଳ ହେବେ । ଆନୁଷ୍ଠାନିକ କାମରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ଆଜିର ଯାତ୍ରାର ନିକଟ ସମ୍ପର୍କୀୟ କିମ୍ବା ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ଶୁଭ ରଙ୍ଗ ଗାଢ ଲାଲ୍ । ଶୁଭ ଅଙ୍କ ୬ ।