ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ୮୯୫୪ ନୂଆ ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା( ନୂଆଦିଲ୍ଳୀ) ୦୧.୧୨.୨୦୨୧:  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯୫୪ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୧୦,୨୦୭ କରୋନାରୁ ସୁସ୍ଥ ହୋଇଛନ୍ତି । ଗତ ମଙ୍ଗଳବାର ଦିନକ ମଧ୍ୟରେ ୧୧,୦୮,୪୬୭ ନମୁନା ପରୀକ୍ଷା କରାଯାଇଥିବାବେଳେ ଏପର୍ଯ୍ୟନ୍ତ ମୋଟ ୬୪,୨୪,୧୨,୩୧୫ ନମୁନା ପରୀକ୍ଷା କରାଯାଇସାରିଛି । ସେହି ସମୟ ମଧ୍ୟରେ ମୋଟ ୧,୨୪,୧୦,୮୬,୮୫୦ ପାନ କୋଭିଡ ଟିକା ଦିଆଯାଇଛି । କେବଳ ମଙ୍ଗଳବାର ଦିନ ଦେଶରେ ୮୦.୯୮ ଲକ୍ଷରୁ ଅଧିକ ପାନ ଟିକା ଦିଆଯାଇଥିବା ଜଣାଯାଇଛି । ଦେଶରେ ସଂପ୍ରତି ୯୯,୦୨୩ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ।

Show More
Back to top button