ଦେଶ
ଚାଇନା ସୀମାନ୍ତରେ ମୁତୟନ ଯବାନଙ୍କ ପାଇଁ ସ୍ୱତନ୍ତ୍ର ଟେଣ୍ଟ କିଣିବ ଭାରତ


ନୂଆଦିଲ୍ଲୀ: ଚାଇନା ସୀମାରେ ମୁତୟନ ଯବାନଙ୍କ ସୁରକ୍ଷା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି। ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧୧ ହଜାର ଫୁଟ ଉପରେ ସୀମା ସୁରକ୍ଷାରେ ନିୟୋଜିତ ଯବାନଙ୍କ ପାଇଁ ସ୍ୱତନ୍ତ୍ର ଟେଣ୍ଟ କିଣାଯିବ।
ଏହି ଟେଣ୍ଟଗୁଡ଼ିକ ଯବାନମାନଙ୍କୁ ଅତ୍ୟଧିକ ଶୀତ ଦାଉରୁ ସୁରକ୍ଷା ଦେବ। ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଚାଇନା ସହ ବିବାଦ ଶେଷ ହୋଇ ନଥିବାରୁ ବିପୁଳ ସଂଖ୍ୟାରେ ଯବାନଙ୍କୁ ଏଠାରେ ମୁତୟନ କରାଯାଇଛି।
ଆହୁରି ପଢ଼ନ୍ତୁ
ଏହି ବିବାଦ ଅକ୍ଟୋବର ମାସ ପୂର୍ବରୁ ଶେଷ ହେବାର ସମ୍ଭାବନା କମ୍। ଚାଇନା ପଛକୁ ଘୁଞ୍ଚିଥିବା ଖବର ମିଳିଥିଲେ ହେଁ ଯବାନଙ୍କୁ ଆଲର୍ଟରେ ରହିବାକୁ ପଡ଼ିବ। ତେଣୁ ସେମାନଙ୍କୁ ଶୀତ ପ୍ରକୋପରୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ଟେଣ୍ଟ କିଣାଯିବ।
ଆହୁରି ପଢ଼ନ୍ତୁ
[ad_2]