ସତ୍ୟଶିଖା(ଭୁବନେଶ୍ୱର )୨୦.୧୦ .୨୦୨୧: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୬୫୩୨ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୨୧ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୨୩୧ ଜଣ ଲୋକାଲ୍ କେସ୍ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୭୧ ଜଣ ପଜିଟିଭ ରହିଛନ୍ତି ।
ଅନୁଗୁଳରୁ ୨, ବାଲେଶ୍ବରରୁ ୧୨, ବରଗଡରୁ ୨, ଭଦ୍ରକରୁ ୫, ବଲାଙ୍ଗୀରରୁ ୩, ବୌଦ୍ଧରୁ ୧୮, କଟକରୁ ୫୪, ଦେଓଗଡରୁ ୨, ଢେଙ୍କାନାଳରୁ ୧୦, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୪, ଝାରସୁଗୁଡାରୁ ୨, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୪, ଖୋର୍ଦ୍ଧାରୁ ୨୭୯, କୋରାପୁଟରୁ ୬, ମୟୁରଭଞ୍ଜରୁ ୮, ନୟାଗଡରୁ ୯, ପୁରୀରୁ ୧୪, ରାୟଗଡାରୁ ୧, ସମ୍ବଲପୁରରୁ ୧୬, ସୁନ୍ଦରଗଡରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୬୫୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୭୮୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୨୩୩୯୮ଜଣ ସୁସ୍ଥ ହୋଇଛନ୍ତି ।
COMMENTS