ଗଞ୍ଜାମର ପ୍ରସିଦ୍ଧ ଦଣ୍ଡ ଯାତ୍ରାକୁ ଅନୁମତି ମିଳିଲା l


ସତ୍ୟଶିଖା ( ଭଞ୍ଜନଗର ) ୧୭.୦୩.୨୦୨୧ : କୋଭିଡ କଟକଣା ମଧ୍ୟ ରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଗଞ୍ଜାମ ଜିଲ୍ଲା ର ଲୋକ କଳା ର ପ୍ରତୀକ ପ୍ରସିଦ୍ଧ ଦଣ୍ଡ ଯାତ୍ରା କୁ ସରକାର ଙ୍କ ଅନୁମତି ମିଳିଛି । ତେଣୁ ଜିଲ୍ଲା ର ଦଣ୍ଡ ନାଚ ଜିଲ୍ଲା କମିଟି ପକ୍ଷ ରୁ ପ୍ରଶାସନ କୁ ଧନ୍ୟବାଦ ଜଣାଇ ଛନ୍ତି ।ବହୁପ୍ରତିକ୍ଷୀତ ଦଣ୍ଡ ନାଚ କୁ ଶେଷରେ ମିଳିଛି ଅନୁମତି ଗଞ୍ଜାମ ଜିଲ୍ଲା ରେ ଲୋକ ଙ୍କ ଧର୍ମୀୟ ଭାବନା କୁ ସମ୍ମାନ ଦେଇ ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଦଣ୍ଡ ନାଚ କୁ ମିଳିଲା ଅନୁମତି l ଜିଲ୍ଲା ର ଯେଉଁ ସ୍ଥାନ ରେ ଦଣ୍ଡ ପର୍ବ ରହିଛି ସେହିଠାରେ ଦଣ୍ଡ ନାଚ ଉଠାଣ ହୋଇପାରିବ କିନ୍ତୁ ସରକାର ଙ୍କ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଦଣ୍ଡ ରେ ୨୦୦ ଲୋକ ସାମିଲ ହୋଇ ପାରିବେ, ଏବଂ ୨୦୦ଲୋକଙ୍କୁ ନେଇ ଦଣ୍ଡ ନାଚ ପରମ୍ପରା ଅନୁଯାୟୀ, ପାରମ୍ପରିକ ଚଢ଼ା୍ୟା ଚଢ଼ୁୟାଣୀ ନାଚ ହୋଇପାରିବ ଏବଂ ପୌରାଣିକ କଥା ବସ୍ତୁ କୁ ନେଇ ନାଟକ ହୋଇପାରିବ ନାଚ ରେ ବାହାର ଜିଲ୍ଲା ରୁ କଳାକାର ବା ଅଭିନେତ୍ରୀ ଆସିପାରିବେ ନାହିଁ ଏପରି ସମସ୍ତ ନିୟମକୁ ମାନି ଚଳିବା ପାଇଁ ଗଞ୍ଜାମ ଜିଲ୍ଲା ଦଣ୍ଡ ନାଚ ମହାସଂଘ ସହମତି ପ୍ରକାଶ କରି ପ୍ରଶାସନକୁ ଧନ୍ୟବାଦ ଜଣାଇ ଛନ୍ତି l
ଅନ୍ୟ ପଟେ ଭଞ୍ଜନଗର ଉପଜିଲ୍ଲାପାଳ ପାଳ ଏହି ଦଣ୍ଡ ନାଚ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ନିୟମ ଜାରି କରିଛନ୍ତି । ଯାହା ନାଚ ରେ, ସାଉଣ୍ଡ କମ, ରହିବ, ମାନସିକ ଧାରୀ ଭକ୍ତ ଙ୍କୁ ମାସ୍କ ଏବଂ ସାନିଟାଇଜର ଯୋଗାଇ ଦେବେ, କେବଳ ଦଣ୍ଡୁଆ ହିଁ ପଣା, ପ୍ରସାଦ ସେବନ କରିବେ, ବାହାର ଲୋକ ସାମିଲ ହେବେନାହିଁ, ଏହି ନିୟମ ରେ ଖିଲାପ କଲେ ସରକାର ଙ୍କ ପକ୍ଷ ରୁ ଦଣ୍ଡ କମିଟି ଦୋଷୀସାବ୍ୟସ୍ତ ହେବେ l