ମଳମାସରେ କରିପାରିବେ ୪ଟି ଶୁଭ କାର୍ଯ୍ୟ: ଏହି ମାସରେ ଜନ୍ମ ହୋଇଥିବା ଶିଶୁ ହୋଇଥାନ୍ତି ଭାଗ୍ୟବାନ l


ସତ୍ୟଶିକ୍ଷା ( ଭୁବନେଶ୍ୱର ) ୨୯ .୦୯.୨୦୨୦ : ମଳମାସରେ କୌଣସି ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଏ । ଚଳିତ ବର୍ଷ ମଳମାସ ସେପ୍ଟେମ୍ବର ୧୮ ତାରିଖରୁ ଅକ୍ଟୋବର ୧୬ ଯାଏଁ ରହିବ । ଜ୍ୟୋତିଷଙ୍କ କହିବାନୁଯାୟୀ ମଳମାସରେ ଭଗବାନ ବିଷ୍ଣୁଙ୍କ ନାମ ପୁରୁଷୋତ୍ତମ ମାସ ଭାବେ ମଧ୍ୟ ଜଣାଶୁଣା । ସେଥିପାଇଁ ଏହି ମାସରେ କିଛି ବିଶେଷ ଶୁଭ କାର୍ଯ୍ୟ ମଧ୍ୟ କରାଯାଇପାରେ । ମଳମାସରେ ମଧ୍ୟ କିଛି କିଛି ଶୁଭ କାର୍ଯ୍ୟ କରାଯାଇଥାଏ । ଜାଣନ୍ତୁ ମଳମାସରେ କି କି ଶୁଭ କାର୍ଯ୍ୟ କରାଯାଇପାରେ :
୧. ଯଦି କୌଣସି ଦୁର୍ଘଟଣାରୁ ବଞ୍ଚିବା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କିମ୍ବା ହୋମ କରିବାକୁ ଚାହୁଁଛନ୍ତି ତାହେଲେ କରିପାରିବେ । ମଳମାସରେ ନିଜ ଘରେ ପୂଜାପାଠ କିମ୍ବା ହୋମ କରିପାରିବେ ।
୨. ପିଲାଙ୍କ ଜନ୍ମଦିନ କିମ୍ବା ବାର୍ଷିକ ଉତ୍ସବରେ ଘରେ ପୂଜାପାଠ ଆଦି କରିପାରିବେ । ବନ୍ଧୁ ସମ୍ପର୍କୀୟଙ୍କ ସହ ଏହିସବୁ ଉତ୍ସବ ପାଳନ ମଧ୍ୟ କରିପାରିବେ ।
୩. ବିବାହ ପରେ ସନ୍ତାନ ପ୍ରାପ୍ତି ପାଇଁ ସମାରୋହ କରିପାରିବେ । ଏହିସବୁ ସମାରୋହରେ କୌଣସି ବାରଣ ନାହିଁ । ମଳମାସରେ ଏହି କାମ ବିଧିବିଧାନ ସହ ପାଳନ କରିପାରିବେ ।
୪. ମଳମାସରେ ଜନ୍ମ ହୋଇଥିବା ଶିଶୁ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ବର୍ତ୍ତମାନ ୬ ଗ୍ରହ ଉଚ୍ଚରେ ଅଛନ୍ତି । ଏହି ସମୟରେ ଜନ୍ମ ନେଇଥିବା ଶିଶୁ କୌଣସି ଅବତାର ଠାରୁ କମ ନୁହନ୍ତି । ଏହି ମାସରେ ଜନ୍ମ ହେବାରୁ ବାପା-ମା’ଙ୍କ ଅଧ୍ୟା ଭାଗ୍ୟୋଦୟ ହୋଇଥାଏ ।
୫. ତେବେ ମଳମାସରେ ଜେକେଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନ ବିଷ୍ଣୁଙ୍କ ପୂଜା ଅବଶ୍ୟ କରନ୍ତୁ । ଏହାସହ ଓଁ ନମଃ ବାସୁଦେବାୟ ନମଃ ମନ୍ତ୍ର ଜପ କରିବା ଭୁଲିବେ ନାହିଁ । ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ନିକଟରେ ଭୋଗ ଅର୍ପଣ କରିବେ ।
୬. ମଳମାସରେ ବିବାହ, ମୁଣ୍ଡନ, ଗୃହ ନିର୍ମାଣ, ଗୃହ ପ୍ରଦେଶ, ଗହଣା କ୍ରୟ, ଗାଡି କିଣିବା ଆଦି ବାରଣ କରାଯାଏ ।