

ସତ୍ୟଶିଖା(ଭୁବନେଶ୍ୱର )୬.୦୯ .୨୦୨୧: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୯୪୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୨୧୯ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। କେବଳ କେରଳରେ ଦିନକ ମଧ୍ୟରେ ୨୬,୭୦୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ କେରଳରେ ଦିକରେ ୭୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଦେଶରେ ମୋଟ ୩,୩୦,୨୬,୬୨୧ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩,୨୧,୮୧,୯୯୫ ଜଣ ସୁସ୍ଥ ହୋଇସାରିଛନ୍ତି। ଏଥିସହିତ ଦେଶରେ ସଂପ୍ରତି ୪,୦୪,୮୭୪ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୪୦,୭୫୨କୁ ବୃଦ୍ଧିପାଇଛି।