ରାଜ୍ୟଶିକ୍ଷା

ଶିକ୍ଷା କ୍ଷେତ୍ରରେ ଦେଶରେ ୩୭୪ ପଛୁଆ ଜିଲ୍ଲା : ଓଡ଼ିଶାରେ ସର୍ବାଧିକ ୧୮

ସତ୍ୟଶିଖା(ଭୁବନେଶ୍ୱର) ୧୧.୦୮ .୨୦୨୧: ୟୁଜିସିର ବିଶେଷଜ୍ଞ କମିଟି ସାରା ଦେଶରେ ୩୭୪ଟି ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ପଛୁଆ ଭାବେ ଚିହ୍ନଟ କରିଛନ୍ତି । ଆଉ ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ସର୍ବାଧିକ ୧୮ଟି ଜିଲ୍ଲା ରହିଛି । ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ରଖିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ତଥ୍ୟ ପ୍ରଦାନ କରିଛନ୍ତି । ଓଡ଼ିଶାର ଅନୁଗୋଳ, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଏବଂ ସୋନପୁର ଏହି ୧୮ଟି ଜିଲ୍ଲା ଶିକ୍ଷା କ୍ଷେତ୍ରରେ ପଛୁଆ ଥିବାର ଚିହ୍ନଟ ହୋଇଛନ୍ତି । ମୋଟ ନାମଲେଖା ଅନୁପାତ, କଲେରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁପାତ ଏବଂ ହାରାହାରି ନାମଲେଖା ଏହିପରି ବହୁ ମାପଦଣ୍ଡ ଆଧାରରେ ୟୁଜିସି ଶିକ୍ଷା କ୍ଷେତ୍ରରେ ପଛୁଆ ଜିଲ୍ଲାଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି । ଓଡ଼ିଶା ତାଲିକାର ଶୀର୍ଷରେ ଥିବାବେଳେ ପଛକୁ ପଶ୍ଚିମବଙ୍ଗ(୧୭ ଜିଲ୍ଲା), ଛତିଶଗଡ଼(୧୫ ଜିଲ୍ଲା) ଏବଂ ଝାଡ଼ଖଣ୍ଡ(୧୨ଜିଲ୍ଲା) ଆଦି ରାଜ୍ୟ ରହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏସବୁ ଜିଲ୍ଲାରେ ଶିକ୍ଷାର ମାନ ବୃଦ୍ଧିଲାଗି କେନ୍ଦ୍ର ସରକାର ସମଗ୍ର ଶିକ୍ଷା ଯୋଜନା ସମେତ ଅନେକଗୁଡ଼ିଏ ପଦକ୍ଷେପ ହାତକୁ ନେଇଛନ୍ତି । ସମଗ୍ର ଶିକ୍ଷା ଯୋଜନା ସବୁ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଯୋଗାଇଦେବାର ଲକ୍ଷ୍ୟନେଇ ଆରମ୍ଭ ହୋଇଛି । ଏଥିରେ ୧୧.୬ ଲକ୍ଷ ସ୍କୁଲ ଏବଂ ୧୫.୬ କୋଟି ଛାତ୍ରଛାତ୍ରୀ ଯୋଡ଼ି ହୋଇପାରିଛନ୍ତି ।

Show More
Back to top button