ଦେଶବିଦେଶସ୍ପେଶାଲ୍ ରିପୋର୍ଟ

୨ ମାସ ବଢ଼ିଲା ଜୀବନ ପ୍ରମାଣପତ୍ର ଦାଖଲ ଅବଧି

ସତ୍ୟଶିଖା ୨୪/୧୧/୨୦୨୦ : କେନ୍ଦ୍ର ସରକାରୀ ପେନ୍‍ସନଭୋଗୀମାନଙ୍କ ପାଇଁ ଲାଇଫ୍‍ ସାର୍ଟିଫିକେଟ୍‍ ଦାଖଲ କରିବାର ସମୟସୀମାକୁ ସରକାର ଆସନ୍ତା ବର୍ଷ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି । ପୂର୍ବରୁ ଏହାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିଲା ।କର୍ମଚାରୀ, ସର୍ବସାଧାରଣ ଆପତ୍ତି ଅଭିଯୋଗ ଓ ପେନ୍‍ସନ ମନ୍ତ୍ରଣାଳୟର କହିବା ଅନୁସାରେ ବିଭିନ୍ନ ପେନ୍‍ସନଭୋଗୀ ସଂଘ ପକ୍ଷରୁ ବହୁ ଆବେଦନ ମିଳିବା ପରେ ଲାଇଫ୍‍ ସାର୍ଟିଫିକେଟ୍‍ ଦାଖଲ କରିବାର ସମୟସୀମାକୁ ବୃଦ୍ଧି କରାଯାଇଛି ।
କୋଭିଡ-୧୯ ଯୋଗୁଁ ବରିଷ୍ଠ ନାଗରିକମାନେ ଲାଇଫ୍‍ ସାର୍ଟିଫିକେଟ୍‍ ଦାଖଲ କରିବା ପାଇଁ ସମୟସୀମାର ସମ୍ପ୍ରସାରଣ ସକାଶେ ନିବେଦନ କରିଥିଲେ ।

Show More
Back to top button