ରାଜ୍ୟର ବିଭିନ୍ନ ନଦୀରେ ୩୨ ଘାଇ l

ସତ୍ୟଶିଖା ୩୦ .୦୮.୨୦୨୦ : ରାଜ୍ୟରେ ଲଗାଣ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀରେ ବର୍ତ୍ତମାନ ସୁଦ୍ଧା ୩୨ଟି ଘାଇ ସୃଷ୍ଟି ହୋଇଛି । କେବଳ ଯାଜପୁର ଜିଲ୍ଲାରେ ୨୪ଟି ଘାଇ ସୃଷ୍ଟି ହୋଇଛି । ମହାନଦୀ ସିଷ୍ଟମରେ ମଧ୍ୟ ୨ଟି ଘାଇ ସୃଷ୍ଟି ହୋଇଛି । ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ହୀରାକୁଦ ଡ୍ୟାମରେ ଏବେ ୪୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଆବଶ୍ୟକ ପଡିଲେ ଡ୍ୟାମର ଆହୁରି ୨ଟି ଗେଟ୍ ଖୋଲାଯାଇପାରେ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ସୁଧାର ଆସିଛି । ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡା, ନୟାଗଡ ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଜାରି କରାଯାଇଛି । କେଉଁଠି ନା କେଉଁଠି ବନ୍ୟା ଏବଂ ଘାଇକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି ।

Exit mobile version