ରାଜ୍ୟରେ ଆଜି ୩୦୩୧ ପଜିଟିଭ ଚିହ୍ନଟ, ୪୩ ମୃତ

ସତ୍ୟଶିଖା(ଭୁବନେଶ୍ୱର) ୨୧.୦୬.୨୦୨୧: ରାଜ୍ୟରେ ଏବେ ତଳମୁହାଁ ମହାମାରୀ। ମହାମାରୀର ପ୍ରକୋପ ଦିନକୁ ଦିନ ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁରେ ଲାଗୁନି ବ୍ରେକ୍‌।  ଦୀର୍ଘ ଦିନ ଧରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଥିବାରୁ ଏହା ଏବେ ଚିନ୍ତା ବଢ଼ାଉଛି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।   ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୩୮ ଚିହ୍ନଟ ହୋଇଥିବା ବେଳେ ୧୨୯୩ ହେଉଛି ଲୋକାଲ କେସ୍। ସେହିପରି ରାଜ୍ୟରେ ଆଉ ୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ପଜିଟିଭ ତାଲିକାରେ ଆଗରେ ରହିଛି ଖୋର୍ଦ୍ଧା। ଏହି ଜିଲ୍ଲାରୁ ସର୍ବାଧିକ ୩୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୯୫, ବାଲେଶ୍ୱରରୁ ୨୯୦, ଭଦ୍ରକରୁ ୧୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଅନୁଗୁଳରୁ ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ବରଗଡ଼ରୁ ୩୯  ବଲାଙ୍ଗିରରୁ ୩୦, ବୌଦ୍ଧରୁ ୪୦, , ଦେବଗଡ଼ରୁ ୧୧ ଓ ଢେଙ୍କାନାଳରୁ ୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ ଗଜପତି ଜିଲ୍ଲାରୁ ୨୫, ଗଂଜାମରୁ ୨୬, ଜଗତସିଂହପୁରରୁ ୧୦୭, ଯାଜପୁରରୁ ୨୨୬, ଝାରସୁଗୁଡ଼ାରୁ ୧୭, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୧୧୮ ଓ କେନ୍ଦୁଝରରୁ ୬୮  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Exit mobile version