ନ୍ୟୁଜ୍

ତିନି ଦିନିଆ ଭାରତ ଗସ୍ତରେ ଡେନମାର୍କ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ମୋଦି

ସତ୍ୟଶିଖା (ନୂଆଦିଲ୍ଲୀ  )୦୯/୧୦ /୨୦୨୧: ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକସେନ୍ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭବନଠାରେ ତାଙ୍କୁ ସ୍ବାଗତ ଜଣାଇଛନ୍ତି । ଫ୍ରେଡେରିକସେନ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ତାଙ୍କୁ ସ୍ବାଗତ କରିଥିଲେ । ତାଙ୍କର ଉଦ୍ଦେଶ୍ୟ ଭାରତ ଓ ଡେନମାର୍କ ସମ୍ପର୍କକୁ ଆହୁରି ମଜବୁତ କରିବା ବୋଲି କହିଛନ୍ତି ଫ୍ରେଡେରିକସେନ୍ ।

ଗସ୍ତ ଅବସରରେ ଡେନମାର୍କ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତକାର କରିବା ନେଇ କାର୍ଯ୍ୟକ୍ରମ ରହିଛି । ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଦ୍ବିପାକ୍ଷିକ ଆଲୋଚନା ମଧ୍ୟ ହେବ । କୋଭିଡ ମହାମାରୀ ଆସିବା ପରେ ଭାରତ ଗସ୍ତ କରିଥିବା ସେ ଡେନମାର୍କର ପ୍ରଥମ ରାଷ୍ଟ୍ରଧ୍ୟକ୍ଷ ଅଟନ୍ତି । ଭାରତ ଏବଂ ଡେନମାର୍କ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ରହିଛି । ଦେଶରେ ୨୦୦ରୁ ଅଧିକ ଡେନମାର୍କ କମ୍ପାନୀ ଅଛନ୍ତି । ସେହିପରି ୬୦ରୁ ଉର୍ଦ୍ଧ୍ବ ଭାରତୀୟ କମ୍ପାନୀ ଡେନମାର୍କରେ କାରବାର କରୁଛନ୍ତି ।

Show More
Back to top button