ରାଜ୍ୟରେ ଆଖି ବୁଜିଲେ ୨୨ ଆକ୍ରାନ୍ତ

ସତ୍ୟଶିଖା(ଭୁବନେଶ୍ୱର) ୧୪ .୦୫.୨୦୨୧:  ଲକ୍‌ଡାଉନ୍‌, ଶଟଡାଉନ୍‌ ସତ୍ତ୍ୱେ ରାଜ୍ୟରେ ମହାମାରୀ ଦିନକୁ ଦିନ ନୂଆ ରେକର୍ଡ କରୁଛି। ଆଜି ରାଜ୍ୟରେ ସର୍ବାଧିକ ୧୨,୩୯୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବି ସର୍ବାଧିକ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟର ୧୬ ଜିଲ୍ଲାରୁ ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳରେ ୩ ଜଣ ଆଖି ବୁଜିଛନ୍ତି।  ଏହାବାଦ ପୁରୀ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏ ଆକ୍ରାନ୍ତ ପ୍ରାଣ ହାରିଛନ୍ତି। ଏହାବାଦ ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାଦ ଗଞ୍ଜାମ, ଜଗତସିଂହପୁର,   କନ୍ଧମାଳ,  ମାଲକାନଗିରି, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖା କରୋନା ପଜିଟିଭ ଆଖି ବୁଜିଛନ୍ତି। ଏଥିସହ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୭୩ରେ ପହଞ୍ଚିଛି। ଖୋର୍ଦ୍ଧାରେ ସମୁଦାୟ ମୃତକଙ୍କ ସଂଖ୍ୟା ୪୦୦ ଛୁଇଁଥିବା ବେଳେ ସୁନ୍ଦରଗଡ଼ରେ ୨୧୯ ଓ ଅନୁଗୁଳରେ ଏହି ସଂଖ୍ୟା ୫୬ରେ ପହଞ୍ଚିଛି।

Exit mobile version