Uncategorizedନ୍ୟୁଜ୍ସ୍ୱାସ୍ଥ୍ୟ
ରାଜ୍ୟରେ ଆଜି ୨୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ :


ସତ୍ୟଶିଖା : ରାଜ୍ୟର ଆଜି ଆଉ ୨୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୩୬ ଜଣ ସ୍ଥାନୀୟ ବାସିନ୍ଦା । ଗଂଜାମ ଜିଲ୍ଲାରୁ ସର୍ବାଧିକ ୫୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୪୭ ଓ ଗଜପତିରୁ ୨୯ ମାମଲା ଚିହ୍ନଟ ହୋଇଛି । ବଲାଙ୍ଗୀରରୁ ୧୧ ଜଣ, ଯାଜପୁର ଓ ପୁରୀରୁ ୮ ଜଣ ଲେଖାଏଁ ନୂଆ ମାମଲା ଚିହ୍ନଟ ହୋଇଛି । ଢେଙ୍କାନାଳ ଓ ମୟୂରଭଂଜରୁ ୭ ଜଣ ଲେଖାଏଁ, ସୁନ୍ଦରଗଡରୁ ୬, କଟକ ଓ କେନ୍ଦୁଝରରୁ ୫ ଜଣ ଲେଖାଏଁ, ନୟାଗଡ କେନ୍ଦ୍ରାପଡାରୁ ୩ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବାଲେଶ୍ୱର ଓ ନବରଙ୍ଗପୁରରୁ ୨ ଜଣ ଲେଖାଏଁ, ଦେଓଗଡ, ଅନୁଗୁଳ, ସମ୍ବଲପୁରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅମ୍ଫାନ ପରେ ପୁନଃଉଦ୍ଧାର କାମରେ ପଶ୍ଚିମବଙ୍ଗ ଯାଇଥିବା ୬ ଜଣ ଏନଡିଆରଏଫ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।