Uncategorizedଦେଶନ୍ୟୁଜ୍ସ୍ୱାସ୍ଥ୍ୟ
ଦେଶରେ ଦିନକରେ ୧୮,୮୭୦ କରୋନା ସଂକ୍ରମିତ ଚିହ୍ନଟ


ସତ୍ୟଶିଖା(ନୂଆଦିଲ୍ଲୀ ) ୨୯.୦୯ .୨୦୨୧: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୭୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦୈନିକ ସଂକ୍ରମଣ ସଂଖ୍ୟା ୨୦ ହଜାର ତଳେ ରହିଛି । ସଂକ୍ରମିତଙ୍କ ହାର ସଂପ୍ରତି ୧%ରୁ ତଳେ ଅର୍ଥାତ ୦.୮୪% ରହିଛି । ଦିନକ ମଧ୍ୟରେ ୨୮,୧୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ୧.୨୫% ଏବଂ ସାପ୍ତାହିକ ସଂକ୍ରମଣ ୧.୮୨% ରହିଛି । ଏଥିସହିତ ଆରୋଗ୍ୟ ହାର ୯୮.୮୩% ରହିଛି । ଦେଶରେ ସଂପ୍ରତି ୨,୮୨,୫୨୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି, ଯାହା ୧୯୪ ଦିନ ମଧ୍ୟରେ ସର୍ବନିମ୍ନ ସ୍ତର । ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୫୬.୭୪ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ସେହି ସମୟ ମଧ୍ୟରେ ଦେଶରେ ମୋଟ ୮୭.୬୬ କୋଟି ପାନ କୋଭିଡ ଟିକା ଦିଆଯାଇଛି ।