ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୧୪୫ ନୂଆ ସଂକ୍ରମିତ ଚିହ୍ନଟ

ସତ୍ୟଶିଖା( ଭୁବନେଶ୍ୱର )୦୫.୦୩.୨୦୨୨ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୧୪୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୩୭,ସଙ୍ଗରୋଧରୁ ୮୪, ସ୍ଥାନୀୟ ୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫,୭୬୦କୁ ବୃଦ୍ଧି ପାଇଛି। ୧୨,୭୫,୦୧୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୫୯୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୨ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୫, ବାଲେଶ୍ୱର ୧୨, ଭଦ୍ରକ ୧, ବଲାଙ୍ଗୀର ୨, ବୌଦ୍ଧ ୪, କଟକ ୪, ଦେଓଗଡ ୧, ଗଜପତି ୧୬, ଗଞ୍ଜାମ ୬, ଜଗତସିଂହପୁର ୧, ଯାଜପୁର ୪, ଝାରସୁଗୁଡା ୮, କଳାହାଣ୍ଡି ୧, କନ୍ଧମାଳ ୧, କେନ୍ଦ୍ରାପଡା ୩, ଖୋର୍ଦ୍ଧା ୨୫, କୋରାପୁଟ ୨, ମୟୁରଭଞ୍ଜ ୪, ନବରଙ୍ଗପୁର ୪, ନୂଆପଡା ୨, ସମ୍ବଲପୁର ୧୭, ସୁନ୍ଦରଗଡ ୧୬, ଷ୍ଟେଟ ପୁଲରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Show More
Back to top button