ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଆଜି ୧୩୧୫ ଆକ୍ରାନ୍ତ ଚିହ୍ନଟ ରାଜ୍ୟ

ସତ୍ୟଶିଖା(ଭୁବନେଶ୍ୱର) ୦୪.୦୮ .୨୦୨୧:   ରାଜ୍ୟରେ ଏବେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ହେବାରେ ଲାଗିଛି । ଗତ କିଛି ଦିନ ଧରି ସଂକ୍ରମଣ ୨ ହଜାର ତଳେ ରହୁଚି । ଏହାରି ମଧ୍ୟରେ ଆଜି ୧୩୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୬୨ ଓ ସ୍ଥାନୀୟ ଅଞ୍ଚଳରୁ ୫୫୩ ଜଣ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୨ ହଜାର ୧୮୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୬୨ ହଜାର ୮୮ ରହିଥିବା ବେଳେ ୧୩ ହଜାର ୮୭୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Show More
Back to top button