ଆଉ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ, କେଉଁ ଜିଲ୍ଲାରେ ପଢ଼ନ୍ତୁ?


ଭୁବନେଶ୍ୱର(ସତ୍ୟଶିଖା): ଓଡ଼ିଶାରେ ଆଉ ଜଣେ ‘କରୋନା’ ଚିହ୍ନଟ। ତାଙ୍କର ଘର ରାଉରକେଲା ଅଞ୍ଚଳରେ। ସେ ଜଣେ ପୁରୁଷ ଓ ତାଙ୍କର ବୟସ ୪୯ ବର୍ଷ। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୭୪ରେ ପହଞ୍ଚିଛି। ସେମାନଙ୍କର କୋଲକାତା ଲିଙ୍କ ରହିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
3rd Health Update, 5th May
One Positive Case in Rourkela
49 yr Male
(Kolkata returnee. In quarantine)Contact tracing and follow-up action is being done.
Total Positive Case: 174
— I & PR Department, Odisha (@IPR_Odisha) May 5, 2020
ଆହୁରି ପଢ଼ନ୍ତୁ
ସୂଚନାରୁ ପ୍ରକାଶ, ଆଜି ସୁଦ୍ଧା ରାଜ୍ୟରେ କରୋନାରେ ୧୭୪ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୧୩ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। କଟକ ଜିଲ୍ଲାରେ ଏହା ହେଉଛି ଦ୍ୱିତୀୟ କରୋନା ଆକ୍ରାନ୍ତ। ପୂର୍ବରୁ କଟକ ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ କଟକ ଗ୍ରୀନ୍ ଜୋନ୍ରେ ଥିବା ବେଳେ ବାଲେଶ୍ୱର ରେଡ୍ ଜୋନ୍ରେ ରହିଛି।
[ad_2]