

ସତ୍ୟଶିଖା( ନୂଆଦିଲ୍ଲୀ )୨୬.୦୨.୨୦୨୧: ଦେଶରେ କୋଭିଡ ଟିକାକରଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ସକାଳ ସୁଦ୍ଧା ସାରା ଦେଶରେ ୨ ଲକ୍ଷ ୬୪ ହଜାର ୩୧୫ଟି ସେସନରେ ୧ କୋଟି ୨୬ ଲକ୍ଷ ୭୧ ହଜାର ୧୬୩ ଜଣଙ୍କୁ ଟିକାକରଣ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୯୫୯ଟି ସେସନରେ ୫ ଲକ୍ଷ ୩ ହଜାର ୯୪୭ ଜଣଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏବେ ଦେଶରେ ଉଭୟ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୨ ଲକ୍ଷ ୮୭ ହଜାର ୩୨ ଜଣକୁ ଟିକା ଦିଆଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୨ ଲକ୍ଷ ୧୬ ହଜାର ୯୧୫ ଜଣଙ୍କୁ ଟିକା ଦିଆଯାଇଛି। ଏ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଦେଶରେ ୧ କୋଟି ୧୦ ଲକ୍ଷ ୫୪ ହଜାର ୮୧୫ ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୬ ଲକ୍ଷ ୧୬ ହଜାର ୩୪୮ ଜଣଙ୍କୁ ଟିକା ଦିଆଯାଇ ସାରିଛି।