ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ରାମଚଣ୍ଡୀ ମନ୍ଦିରରୁ ଚୋରି

ସତ୍ୟଶିଖା ୨୩/୦୧/୨୦୨୧ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ରାମନଗର ସ୍ଥିତ ମା’ ରାମଚଣ୍ଡୀ ମନ୍ଦିରରୁ ଚୋରି ହୋଇଛି । ଶୁକ୍ରବାର ବିଳମ୍ବିତ ରାତ୍ରିରେ ମନ୍ଦିରରୁ ଚୋରମାନେ ସମସ୍ତ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ସୂଚନାନୁସାରେ, ମହାକାଳପଡା ଜମ୍ବୁ ସାମୂଦ୍ରିକ ଥାନା ଅନ୍ତର୍ଗତ ରାମନଗରଠାରେ ଅବସ୍ଥିତ ଦରିଆପାରି ମା’ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ହୋଇଛି । ମନ୍ଦିର ମୁଖ୍ୟଦ୍ୱାର କବାଟ ତାଡି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିଛି ।ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି। ଯଥାଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

Show More
Back to top button